ବର୍ମିଂହାମ: ଭାରତୀୟ ମହିଳା କ୍ରିକେଟ ଟିମ ରାଜ୍ୟଗୋଷ୍ଠୀ କ୍ରୀଡାରେ ଇତିହାସ ରଚିଛନ୍ତି । ଶନିବାର ଅନୁଷ୍ଠିତ ସେମି ଫାଇନାଲ ମୁକାବିଲାରେ ଭାରତ ୪ ରନରେ ଇଂଲଣ୍ଡକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି । ପ୍ରଥମ ଥର ପାଇଁ ଟି୨୦ କ୍ରିକେଟକୁ ରାଜ୍ୟଗୋଷ୍ଠୀ କ୍ରୀଡାରେ ସାମିଲ କରା ଯାଇଥିଲା । ପ୍ରଥମେ ବ୍ୟାଟିଂ କରି ଭାରତ ୨୦ ଓଭରରେ ୫ ୱିକେଟ ହରାଇ ୧୬୪ ରନ କରିଥିଲା । ସ୍ମୃତି ମାନ୍ଧାନା ଚମତ୍କାର ପ୍ରଦର୍ଶନ କରି ୩୨ ବଲରେ ୬୧ ରନ କରିଥିଲେ । ଜେମିମା ରୋଡ୍ରିଗ୍ୟୁଜ ୪୪ ରନରେ ଇନିଂସ ଖେଳିଥିଲେ । ଜବାବରେ ଇଂଲଣ୍ଡ ନିର୍ଦ୍ଧାରିତ ଓଭରରେ ୬ ୱିକେଟ ହରାଇ ୧୬୦ ରନ କରିବାକୁ ସକ୍ଷମ ହୋଇଥିଲା । ଇଂଲଣ୍ଡ ପକ୍ଷରୁ ନ୍ୟାଟ ଶିଭର ସର୍ବାଧିକ ୪୪ ରନ କରିଥିଲେ । ଭାରତର ସ୍ନେହା ରାଣା ୨ଟି ୱିକେଟ ଅକ୍ତିଆର କରିଥିଲେ । ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଦ୍ୱିତୀୟ ସେମିଫାଇନାଲର ବିଜେତାକୁ ଭାରତ ଫାଇନାଲରେ ଭେଟିବ ।
BREAKING NEWS
- କୁକୁର ନା ବିରାଡ଼ି କାମୁଡ଼ା, କିଏ ଅଧିକ ବିପଜ୍ଜନକ? ଜାଣନ୍ତୁ ଏନେଇ କ’ଣ କହୁଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ
- ଆକାଶରେ ଫାଟିଲା ଟାୟାର, ବିମାନ ଭିତରେ ଖସିପଡ଼ିଲା ଛାତ: ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଛାତିଥରା ଭିଡିଓ
- ସଲମାନଙ୍କ ଦୁଃଖ ଭରା ପୋଷ୍ଟ ନା ଆଗାମୀ ଫିଲ୍ମ ‘ସିକନ୍ଦର’ର ପ୍ରମୋସନ୍? ସୋସିଆଲ୍ ମିଡିଆରେ ଚର୍ଚ୍ଚା ଜୋର
- ଜଳବାୟୁ ପରିବର୍ତ୍ତନର ଭୟଙ୍କର ପ୍ରଭାବ: ତରଳୁଛି ହିମାଳୟର ଗ୍ଲେସିୟର, ବିପଦରେ ଭାରତର ୨୦ ପ୍ରତିଶତ ଜିଡିପି
- ଘୂର୍ଣ୍ଣିବଳୟ ସକ୍ରିୟ; ରାଜ୍ୟର ଏହିସବୁ ଜିଲ୍ଲାରେ ବର୍ଷା ସମ୍ଭାବନା
- ବେକାରୀ ହାର ନେଇ ନୂଆ ସର୍ଭେ ରିପୋର୍ଟ: ସହର ତୁଳନାରେ ଗ୍ରାମାଞ୍ଚଳରେ ସୃଷ୍ଟି ହେଲା ଅଧିକ ନିଯୁକ୍ତି ସୁଯୋଗ
- ଭଦ୍ରକରେ ପୂର୍ବ ଶତ୍ରୁତାରୁ ଗଡ଼ିଲା ମୁଣ୍ଡ; କୁକୁଡ଼ା ଦୋକାନୀ ମୃତ, ଜଣେ ଗୁରୁତର
- ଋଷ ସହ ବେପାର କଲେ ଭାରତ ସମେତ ୫ ଦେଶ ଗଣିବେ ୧୦୦ ପ୍ରତିଶତ ଟିକସ
- ଅକ୍ଟୋବର ୧୫ରୁ ବଦଳିବ ୟୁପିଆଇ ନିୟମ: ଜାଣନ୍ତୁ ନୂଆ ଏମଡିଆର୍ ଚାର୍ଜ କାହା ଉପରେ ଲାଗୁ ହେବ?
- ୫ ଓରାଙ୍ଗଉଟାନ୍ ଛୁଆ ଉଦ୍ଧାର ମାମଲା: କେଉଁଠି ଲୁଚିଛନ୍ତି ଅଭିଯୁକ୍ତ? ବାଂଲାଦେଶ କିମ୍ବା ନେପାଳ ଖସିଯିବା ନେଇ ସନ୍ଦେହ

Comments are closed.