ବେଙ୍ଗାଲୁରୁ: ଭୟ ବଢାଇଲାଣି ତୃତୀୟ ତରଙ୍ଗ। ବେଙ୍ଗାଲୁରୁରେ ଅଗଷ୍ଟ ପ୍ରଥମ ୧୦ ଦିନରେ ମୋଟ ୫୪୩ ପିଲା କୋଭିଡ ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି। ଏ ନେଇ ମ୍ୟୁନିସିପାଲିଟି କର୍ପୋରେସନ୍ ଶୁକ୍ରବାର ଦିନ ସୂଚନା ଦେଇଛି। ସମୁଦାୟ ୫୪୩ ମଧ୍ୟରୁ ୨୭୦ ଜଣ ଝିଅ ଏବଂ ୨୭୩ ଜଣ ପୁଅ ଅଛନ୍ତି।
(ବିବିଏମ୍ପି) ଯୋଗ କହିଛି ଯେ ୫୦୨ ପିଲାମାନଙ୍କର ଅସ୍ୱାଭାବିକ କିମ୍ବା ସାମାନ୍ୟ ଲକ୍ଷଣ ରହିଥିଲା।
ବେଙ୍ଗାଲୁରୁରେ ପିଲାମାନଙ୍କ ମଧ୍ୟରେ କୋଭିଡ ମାମଲାର ବୃଦ୍ଧି ଚିନ୍ତାର ବିଷୟ ପାଲଟିଛି। ତେବେ ପିଲାମାନଙ୍କ ଲାଗି ଟିକା ଏପର୍ଯ୍ୟନ୍ତ ବାହାରିନଥିବା ବେଳେ ଟିକା ପରୀକ୍ଷାର ଚୂଡାନ୍ତ ପର୍ଯ୍ୟାୟ ଫଳାଫଳ ଆସିଲେ ଏହା ଖୁବ୍ ଶୀଘ୍ର ସେମାନଙ୍କ ପାଇଁ ଉପଲବ୍ଧ ହେବ ବୋଲି ପୂର୍ବରୁ ଏମ୍ସ ନିର୍ଦ୍ଦେଶକ ସୂଚନା ଦେଇଥିଲେ।
ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି ଯେ ପିଲାମାନଙ୍କ ଲାଗି ଏପର୍ଯ୍ୟନ୍ତ ଟିକା ବାହାରିନଥିବାରୁ ଭାରତର ତୃତୀୟ ତରଙ୍ଗ ପିଲାମାନଙ୍କୁ ଅଧିକ ପ୍ରଭାବିତ କରିପାରେ।
Comments are closed.