Latest Odisha News

BREAKING NEWS

ଛାତ୍ର ଅଶାନ୍ତି ଯୋଗୁଁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ‘ସାଇନ-ଡ଼ାଏ’ ଘୋଷିତ

ବ୍ରହ୍ମପୁର : କଲେଜମାନଙ୍କରେ ନିର୍ବାଚନ ଋତୁ ଲାଗି ରହିଥିବା ବେଳେ ଏହାକୁ ନେଇ ଅନେକ ସମୟରେ କ୍ୟାମ୍ପସ ଭିତର ପରିସ୍ଥିତି ସରଗରମ ହୋଇଉଠୁଛି । ସେହିପରି ଶନିବାର ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତି ଯୋଗୁଁ କର୍ତ୍ତୃପକ୍ଷ ସାଇନ-ଡାଏ ଘୋଷଣା କରିଛନ୍ତି ।

ସୂଚନା ଅନୁଯାୟୀ ଗତକାଲି ଜଣେ ଛାତ୍ରଙ୍କ ପ୍ରାର୍ଥୀତ୍ୱ ନାକଚ ହେବା ପରେ ସେନେଇ କ୍ୟାମ୍ପସ ଭିତରେ ଉତ୍ତେଜନା ପ୍ରକାଶ ପାଇବା ସହ ଉତ୍ୟକ୍ତ ଛାତ୍ରମାନେ ଭଙ୍ଗାରୁଜା ମଧ୍ୟ କରିଥିଲେ ।

ଅନ୍ୟପକ୍ଷରେ ଛାତ୍ର ଅଶାନ୍ତି ପରେ ପରିଶେଷରେ ବିଶ୍ୱବିଦ୍ୟାଳୟରେ ନିର୍ବାଚନକୁ ବାତିଲ କରାଯାଇଥିଲା । ଏଥିସହିତ କୌଣସି ଅପ୍ରିତିକର ପରିସ୍ଥିତିକୁ ନଜରରେ ରଖି କଲେଜ କର୍ତ୍ତୃପକ୍ଷ ଆଜି ସାଇନ-ଡାଏ ଘୋଷଣା କରିଥିଲେ ।

ତେବେ ସାଇନ-ଡାଏ ଘୋଷଣା ପରେ ପାଖାପାଖି ସକାଳ ୧୦ ଟା ସୁଦ୍ଧା ଛାତ୍ରଛାତ୍ରୀଙ୍କୁ ହଷ୍ଟେଲ ଛାଡିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ।

Leave A Reply

Your email address will not be published.