Latest Odisha News

BREAKING NEWS

କଳାହାଣ୍ଡିରେ ପଞ୍ଚମ ଶ୍ରେଣୀ ଛାତ୍ରୀକୁ ଶ୍ରେଣୀ ଶିକ୍ଷକଙ୍କ ଅସଦାଚରଣ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀ ପ୍ରତି ଶ୍ରେଣୀ ଶିକ୍ଷକ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି ।

ମିଳିଥିବା ସୂଚନାନୁଯାୟୀ, ଜୁନାଗଡ଼ର ଏକ ବିଦ୍ୟାଳୟରେ ଶିକ୍ଷକତା କରୁଥିବା ସଞ୍ଜୀବ ପଣ୍ଡା ନାମକ ଜଣେ ଶିକ୍ଷକ କୁନି ଝିଅଟିକୁ ନିଜ ସ୍କୁଲ କାର୍ଯ୍ୟାଳୟ ଭିତରକୁ ଡ଼ାକି ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ଛାତ୍ରୀ ଜଣକ ଶିକ୍ଷକଙ୍କ ଏହି ଅସତ କାର୍ଯ୍ୟକୁ ପ୍ରତିବାଦ କରିବା ସହିତ ଘରେ ନିଜର ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ କହିଥିଲେ ।

ପୀଡ଼ିତା ଛାତ୍ରୀଟିର ପରିବାର ଲୋକେ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଜୁନାଗଡ଼ ପୋଲିସ ଅଭିଯୁକ୍ତ ଶିକ୍ଷକଙ୍କୁ ଥାନାରେ ପଚରାଉଚରା ନିମେନ୍ତ ଅଟକ ରଖିଛନ୍ତି ।

ଏଥିମଧ୍ୟରେ, ସ୍ଥାନୀୟ ଜନସାଧାରଣ ଏହି ଘଟଣାର ନିରପେକ୍ଷ ତଦନ୍ତ କରିବା ସହିତ ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ।

Leave A Reply

Your email address will not be published.