Latest Odisha News

BREAKING NEWS

ଏଥର ବର୍ଲିନର ସର୍ବସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ପୁଲରେ ମହିଳାମାନେ ବିନା କପଡାରେ ଗାଧୋଇ ପାରିବେ

ବର୍ଲିନ: ଜର୍ମାନୀ ରାଜଧାନୀ ବର୍ଲିନରେ ସର୍ବସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ପୁଲରେ ବିନା କପଡାରେ ଗାଧେଇ ହେବ । ବିବିସିରେ ପ୍ରକାଶିତ ଖବର ଅନୁସାରେ ସହରର ବରିଷ୍ଠ ଅଧିକାରୀ ଏହାର ଅନୁମତି ପ୍ରଦାନ କରିଛନ୍ତି । କିଛି ଦିନ ତଳେ ଜଣେ ମହିଳା ଉଲଗ୍ନ ଅବସ୍ଥାରେ ସନ ବାଥ କରୁଥିବା ବେଳେ ତାଙ୍କ ପୁଲରୁ ବାହାର କରି ଦିଆ ଯାଇଥିଲା । ସେ ଏହାକୁ ବିରୋଧ କରି ଆଇନର ଆଶ୍ରୟ ନେଇଥିଲେ । ପୁରୁଷଙ୍କ ପରି ମହିଳାଙ୍କୁ ମଧ୍ୟ ଟପଲେସ ହୋଇ ଗାଧେଇବାକୁ ଅନୁମତି ପ୍ରଦାନ କରିବା ପାଇଁ ଦାବୀ କରିଥିଲେ । ଉକ୍ତ ମହିଳାଙ୍କ ନାମ ପ୍ରକାଶ କରାଯାଇ ନାହିଁ । ଜର୍ମାନୀ ସରକାର ସମସ୍ତ ବ୍ୟକ୍ତିଙ୍କ ପାଇଁ ସମାନ ନିୟମ ଲାଗୁ କରିଥାଏ ।

ଯଦି ମହିଳାମାନେ ଚାହିଁବେ ତାହାହେଲେ ପୁରୁଷଙ୍କ ପରି ଟପଲେସ ହୋଇ ପୁଲରେ ଗାଧେଇ ପାରିବେ । ତେବେ ଏହି ନୂତନ ନିୟମ କେବେଠାରୁ ଲାଗୁ ହେବ ସେ ନେଇ ନିର୍ଦ୍ଦିଷ୍ଟ ତାରିଖ ଘୋଷଣା କରାଯାଇ ନାହିଁ । ପୂର୍ବରୁ ଟପଲେସ ସୁଇମିଂ ପାଇଁ ଅନୁମତି ପ୍ରଦାନ କରାଯାଇଥିଲେ ମଧ୍ୟ ପରେ ଯୌନ ଅଙ୍ଗକୁ କଭର କରିବାକୁ କୁହା ଯାଇଥିଲା ।

Leave A Reply

Your email address will not be published.