Latest Odisha News

BREAKING NEWS

ଟ୍ରାନ୍ସଜେଣ୍ଡର, ଦେହଜୀବୀ ଏମଏସଏମ କାହିଁକି ରକ୍ତଦାନ କରିବେନି ସୁପ୍ରିମକୋର୍ଟଙ୍କ ନିକଟରେ ମତ ରଖିଲା କେନ୍ଦ୍ର

ନୂଆଦିଲ୍ଲୀ: ଆଜି ଏକ ବିବାଦୀୟ ଓ ଚିନ୍ତାଜନକ ପ୍ରସଙ୍ଗରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କ ନିକଟରେ ମତ ରଖିଛନ୍ତି । ଟ୍ରାନ୍ସଜେଣ୍ଡର ବ୍ୟକ୍ତି, ଏମଏସଏମ ଓ ମହିଳା ଦେହଜୀବୀମାନଙ୍କୁ ରକ୍ତଦାତା ତାଲିକାରୁ ବାହାର କରିବା ପ୍ରସଙ୍ଗ ବୈଜ୍ଞାନିକ ଏବଂ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଦ୍ୱାରା ପ୍ରମାଣିତ । ବିଶ୍ୱସ୍ତରରେ ଏହି ନୀତି ପାଳନ କରାଯାଉଛି । କେନ୍ଦ୍ର ସ୍ପଷ୍ଟ ଭାବେ ଉଲ୍ଲେଖ କରିଛି ଯେ, ରକ୍ତଦାନ ଓ ଗ୍ରହଣ କରୁଥିବା ବ୍ୟକ୍ତି ସେ ଯେଉଁ ରକ୍ତ ଗ୍ରହଣ କରୁଛି ତାହା ସୁରକ୍ଷିତ କି ନାହିଁ ଜାଣିବା ନିହାତି ଜରୁରୀ । ୨୦୨୧ରେ ମଣିପୁରର ଟ୍ରାନ୍ସଜେଣ୍ଡର ସମୁଦାୟର ସଦସ୍ୟ ଥଙ୍ଗଜାମ ସନ୍ତା ସିଂ ଏକ ଜନସ୍ୱାର୍ଥ ମାମଲା ରୁଜୁ କରିଥିଲେ ।

ନ୍ୟାସନାଲ ବ୍ଲଡ ଟ୍ରାନ୍ସଫ୍ୟୁଜନ କାଉନ୍ସିଲର ରକ୍ତଦାତା ଗାଇଡଲାଇନ ଲିଙ୍ଗଗତ ପ୍ରମାଣ ଏବଂ ଯୌନଗତ ଆଧାରରେ ଭେଦଭାବ କରିଥାଏ । କୋର୍ଟ ଏହା ପରେ କେନ୍ଦ୍ରକୁ ମାର୍ଚ୍ଚ ୨୦୨୧ରେ ଜବାବ ମାଗିଥିଲେ । ଚଳିତ ମାସ ଶେଷ ଭାଗରେ ଏ ସମ୍ପର୍କରେ କୋର୍ଟ ଶୁଣାଣୀ କରି ପାରନ୍ତି ।

Leave A Reply

Your email address will not be published.