Latest Odisha News

BREAKING NEWS

ମୋସନ ପିକଚର ଆୱାର୍ଡରେ ‘ତୋ ପାଇଁ ଫେରିବି ବସୁଧା ଚିରି’ ହେଲା ଶ୍ରେଷ୍ଠ ଚଳଚ୍ଚିତ୍ର

ଭୁବନେଶ୍ୱର : ମାସ ଇଭେଣ୍ଟସ ଆନୁକୂଲ୍ୟରେ ଓଡ଼ିଶା ମୋସନ ପିକଚର ଆୱାର୍ଡ କାର୍ଯ୍ୟକ୍ରମ ସ୍ଥାନୀୟ ଗୀତ ଗୋବିନ୍ଦ ସଦନରେ ଅନୁଷ୍ଠିତ ହୋଇଯାଇଛି।

ଏହି ଅବସରରେ ଚନ୍ଦନ କର (ଶ୍ରେଷ୍ଠ ଅଭିନେତା),  ଦିବ୍ୟାଦିଶା ମହାନ୍ତି(ଶ୍ରେଷ୍ଠ ଅଭିନେତ୍ରୀ ),  ହର ରଥ (ଶ୍ରେଷ୍ଠ ପାର୍ଶ୍ଵ ଅଭିନେତା ), ଶ୍ରୀତମ ଦାସ (ଶ୍ରେଷ୍ଠ ଖଳନାୟକ) ନିର୍ମଳ ନାୟକ (ଶ୍ରେଷ୍ଠ ଲେଖକ), ଜୀବନ ପଣ୍ଡା (ଶ୍ରେଷ୍ଠ ହାସ୍ୟ ଅଭିନେତା), ପ୍ରଦୀପ କୁମାର ?(ଶ୍ରେଷ୍ଠ ସିନେମାଟୋଗ୍ରାଫର), ରାକେଶ ସାମଲ ( ଶ୍ରେଷ୍ଠ ନିର୍ଦ୍ଦେଶକ) , ମଳୟ ମିଶ୍ର (ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ) , ପ୍ରିୟାଶି ଜେନା ( ଶ୍ରେଷ୍ଠ ଶିଶୁ ପ୍ରତିଭା) , ପିଆଳି ଦାଶ ( ଶ୍ରେଷ୍ଠ ନବାଗତା ) , ସୁବ୍ରତ କୁମାର ମହାନ୍ତି ( ଶ୍ରେଷ୍ଠ ସିନେ ସାମ୍ବାଦିକ) , ତୋ ପାଇଁ ଫେରିବି ବସୁଧା ଚିରି ( ଶ୍ରେଷ୍ଠ ଚଳଚ୍ଚିତ୍ର) ଭାବରେ ସମ୍ମାନିତ କରାଯାଇଥିଲା। ଏହା ସହ ଭକ୍ତ ପ୍ରହ୍ଲାଦ ଚରଣ ପଟ୍ଟନାୟକ, ଚୌଧୁରୀ ଜୟ ପ୍ରକାଶ ଦାସ, ଦେବୀ ବାରିକ, ଭିକାରୀ ସ୍ବାଇଁଙ୍କୁ ‘ଓଡ଼ିଆ ଚଳଚ୍ଚିତ୍ର ଗର୍ବ’ ସମ୍ମାନ ପ୍ରଦାନ କରାଯାଇଥିଲା।।

ମୁକେଶ କୁମାର ଓ ମିର ଅହମ୍ମଦ ଅଲ୍ଲିଙ୍କର ପରିଚାଳନାରେ ଏହି କାର୍ଯ୍ୟକ୍ରମରେ ପ୍ରଦୋଷ ପଟ୍ଟନାୟକ, ପୂର୍ବତନ ବିଧାୟକଦିଲ୍ଲୀପ ଶ୍ରୀଚନ୍ଦନ, ବରିଷ୍ଠ ଅଭିନେତା ପ୍ରଦ୍ୟୁମ୍ନ ଲେଙ୍କା , ଅମିୟ ପାଣ୍ଡବ ଓ ଶକ୍ତି ପ୍ରକାଶ ପତି ପ୍ରମୁଖ ଯୋଗ ଦେଇଥିଲେ ।

Comments are closed.