Latest Odisha News

BREAKING NEWS

ବଡ଼ ଦାଣ୍ଡରେ କୁନି ପୁଅ ରାଜବୀରର ଜୀବନ ଭିକ୍ଷା କଲେ ବାପା ମାଆ

ପୁରୀ: କୁନି ପୁଅର ଜୀବନ ଭିକ୍ଷା । ଚିକିତ୍ସା ପାଇଁ ଆଉ ୪୦ ଦିନ ବାକି ଅଛି । ହେଲେ ଅର୍ଥ ଦାଉ ସାଧୁଛି । ଶେଷରେ ନିରାଶ ଆଉ ନିରୁପାୟ ହୋଇ ବାପା ମାଆ ବଡ ଦାଣ୍ଡରେ ଶ୍ରୀଜଗନ୍ନାଥଙ୍କ ଶରଣରେ ବସିଛନ୍ତି ।

ଫୁଲବାଣୀ ଆମ୍ବପୋଡ଼ା ଗାଁର ଦେଢ ବର୍ଷର ଶିଶୁ ରାଜବୀର ବିରଳ ସ୍ପାଇନାଲ ମସକୁଲାର ଆକ୍ଟ୍ରୋଫିରେ ପୀଡିତ । ତାର ଅସ୍ତ୍ରୋପଚାର ପାଇଁ ୧୫କୋଟି ଦରକାର । ହେଲେ ଏଯାଏଁ ଯୋଗାଡ ହୋଇପାରିନି ଅର୍ଥ । ବିଭିନ୍ନ ସ୍ଥାନରେ ସାହାଯ୍ୟ ସହଯୋଗ ମାଗିବା ସହିତ ଶେଷେରେ ଜଗନ୍ନାଥଙ୍କ ଶରଣାପନ୍ନ ହୋଇଛନ୍ତି ନିରାଶ୍ରୟ ବାପା ମାଆ।

ସରକାର ସହଯୋଗ କରନ୍ତୁ ବୋଲି ଅନୁରୋଧ କରିବା ସହିତ ସମସ୍ତଙ୍କୁ ସାହାଯ୍ୟ ପାଇଁ ଅନୁରୋଧ କରିଛନ୍ତି । ରବିବାର ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିଥିବା ବେଳେ ସିଂହ ଦ୍ୱାର ସମ୍ମୁଖରେ ବସି ସାହାଯ୍ୟ ମାଗିଛନ୍ତି ରାଜବୀର ପରିବାର।

 

Comments are closed, but trackbacks and pingbacks are open.