Latest Odisha News

BREAKING NEWS

ପ୍ରଭାତ ଓ ବିରଞ୍ଚିଙ୍କୁ ଶ୍ରେଷ୍ଠ ପ୍ରୁଫ୍-ସଂଶୋଧକ ପୁରସ୍କାର

କଟକ: ଚଳିତ ବର୍ଷ ପାଇଁ ଓଡ଼ିଆ ଭାଷାର ଶ୍ରେଷ୍ଠ ପ୍ରୁଫ୍-ସଂଶୋଧକ ପୁରସ୍କାର ଭୁବନେଶ୍ୱର ନିବାସୀ ପ୍ରଭାତ ରଞ୍ଜନ ବେହୁରା ଓ ରାଉରକେଲା ନିବାସୀ ବିରଞ୍ଚି ନାରାୟଣ ମିଶ୍ରଙ୍କୁ ମିଳିତ ଭାବେ ଦିଆଯିବ ବୋଲି ଅଧ୍ୟାପିକା ନୀହାରିକା ଦାସ ସ୍ମୃତି ନ୍ୟାସ ପକ୍ଷରୁ ଘୋଷଣା କରାଯାଇଛି।
ନ୍ୟାସର ଆବାହକ ଦୀପକ କୁମାର ମହାନ୍ତ ଆଜି ଏକ ପ୍ରେସ୍‌ ବିଜ୍ଞପ୍ତିରେ ଜଣାଇଛନ୍ତି ଯେ, ଆସନ୍ତା ୧୪ ତାରିଖ ସନ୍ଧ୍ୟାରେ ସ୍ଥାନୀୟ ଗାନ୍ଧି ଭବନଠାରେ ଆୟୋଜିତ ଏକ ନିରାଡ଼ମ୍ବର ଉତ୍ସବରେ ଏହି ପୁରସ୍କାର ପ୍ରଦାନ କରାଯିବ। ଏଥିରେ ଲାଷ୍ମୀନାରାୟଣ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡକ୍ଟର କମଳ ପ୍ରସାଦ ମହାନ୍ତି ମୁଖ ଅତିଥି ଓ ସ୍ୱନାମଧନ୍ୟ ସାହିତ୍ୟିକ ବୈଷ୍ଣବ ଚରଣ ମହାନ୍ତି ମୁଖ୍ୟବକ୍ତା ରୂପେ ଯୋଗଦେବେ।

ଉଲ୍ଲେଖଯୋଗ୍ୟ ଯେ, ପ୍ରୁଫ୍-ସଂଶୋଧନର ଗୁରୁତ୍ୱକୁ ସମାଜ ଆଗରେ ଉପସ୍ଥାପନ କରିବା ସଙ୍ଗେସଙ୍ଗେ ପ୍ରୁଫ୍-ସଂଶୋଧକମାନଙ୍କୁ ଉତ୍ସାହିତ କରିବା ଲକ୍ଷ୍ୟ ନେଇ ଅଧ୍ୟାପିକା ନୀହାରିକା ଦାସ ସ୍ମୃତି ନ୍ୟାସ ତରଫରୁ ଗତ ବର୍ଷଠାରୁ ଓଡ଼ିଆ ଭାଷାର ଶ୍ରେଷ୍ଠ ପ୍ରୁଫ୍-ସଂଶୋଧକଙ୍କୁ ଅର୍ଥରାଶି ସହ ପୁରସ୍କୃତ କରାଯାଇଆସୁଛି।

Comments are closed.