Latest Odisha News

BREAKING NEWS

ଶୀତଦିନିଆ ମେକଅପ୍ ଟିପ୍ସ

ନୂଆଦିଲ୍ଲୀ : ଶୀତ ଋତୁରେ ସାଧାରଣତଃ ଆମେ ତ୍ବଚାକୁ ନେଇ ବେଶି ସଚେତନ ରହିଥାଉ  । କାହିଁକି ନା ଏହି ଋତୁରେ ଆମ ତ୍ବଚା ଅଧିକ ଶୁଷ୍କ ଦେଖାଯାଏ  । ଯେଉଁଥିପାଇଁ ଆମେ ବିଭିନ୍ନ ପ୍ରକାର ବଡି ଲୋସନ୍, ଭେସଲିନ୍ ଇତ୍ୟାଦି ବ୍ୟବହାର କରିଥାଉ  । ଆଜି ଆମେ କିଛି ଶୀତଦିନିଆ ମେକଅପ ଟିପ୍ସ ବିଷୟରେ କହିବାକୁ ଯାଉଛୁ  । ଯଦି ଆପଣ କୌଣସି ପାର୍ଟି କିମ୍ବା ଅଫିସକୁ ମେକଅପ ନେଇ ଯିବାକୁ ଚାହୁଁଛନ୍ତି, ତେବେ କେମିତି ନେବେ ମେକଅପ୍ ।

ବିଶେଷ କରି ଶୁଷ୍କ ତ୍ବଚା ଥିବା ମହିଳା ମାନେ ମେକଅପ ନେବା ସମୟରେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ମେକଅପ ନେବା ପୂର୍ବରୁ ଭଲ ମଶ୍ଚରାଇଜର ଲଗାଇବା ନିହାତି ଆବଶ୍ୟକ  । ପ୍ରଥମେ କିଛି ମଶ୍ଚରାଇଜର ନେଇ ହାଲୁକା ଭାବେ ଦୁଇ ମିନିଟ ପର୍ଯ୍ୟନ୍ତ ମସାଜ୍ କରନ୍ତୁ । ମସାଜ୍ କରିବା ଦ୍ବାରା ରକ୍ତ ସଞ୍ଚାଳନ ଉନ୍ନତ ହୁଏ  । ତେଣୁ ମେକଅପ ସହଜରେ ନିୟନ୍ତ୍ରିତ ହୁଏ  । ଶୀତ ଦିନେ ସର୍ବଦା ଗ୍ଲସି ମେକଅପ୍ ପ୍ରଡକ୍ଟ ବ୍ୟବହାର କରନ୍ତୁ । ଯାହା ଆପଣଙ୍କୁ ଏକ ଭିନ୍ନ ଲୁକ୍ସ ଦେବ  ।

ଯଦି ତୁମର ଚର୍ମ ଶୁଖିଲା ତେବେ ପାଉଡର ପ୍ରଡକ୍ଟଠାରୁ ଦୂରରେ ରୁଅନ୍ତୁ । କେବଳ ତରଳ ଏବଂ କ୍ରିମ୍ ବେସ୍ ସହିତ  କ୍ରିମ୍ ଏବଂ ଫାଉଣ୍ଡେସନ୍ କିଣନ୍ତୁ । ଆଉ ଯେତେବେଳେ ଫାଉଣ୍ଡେସନ୍ ବ୍ୟବହାର କରୁଛନ୍ତି , ସେତେବେଳେ ଦୁଇ ବୁନ୍ଦା ତେଲ ସେଥିରେ; ମିଶାନ୍ତୁ  । ଏହା ପରେ ଧୀରେ ଧୀରେ ଫାଉଣ୍ଡେସନ ଲଗାଇ ମୁହଁରେ ମିଶାନ୍ତୁ । ଯାହା ଫଳରେ ଆପଣଙ୍କ ମେକଅପ୍ ସମ୍ପୂର୍ଣ୍ଣ ନିଖୁଣ ଦେଖାଯିବ ।

 

 

 

Comments are closed.