Latest Odisha News

BREAKING NEWS

ସୋସିଆଲ ମିଡିଆର ବହୁଳ ବ୍ୟବହାର କରୁଥିଲେ ହୋଇଯାଆନ୍ତୁ ସାବଧାନ !

ଭୁବନେଶ୍ବର: ଆଜିର ଇଣ୍ଟରନେଟ ଯୁଗରେ ଯୁବ ପିଢି ସାମାଜିକ ଗଣମାଧ୍ୟମ (ସୋସିଆଲ ମିଡିଆ) ସହ ନିଜକୁ ଅଙ୍ଗାଙ୍ଗୀ ଭାବେ ଜଡ଼ିତ କରି ସାରିଲାଣି । ଦୈନନ୍ଦିନ ଜୀବନର ପ୍ରତ୍ୟେକଟି ଘଟଣା ଦୁର୍ଘଟଣାକୁ ସେୟାର କରିବା ପାଇଁ ହେଉ ଅଥବା ଅନ୍ୟାନ୍ୟ କାର୍ଯ୍ୟକଳାପ ମାନ ପାଇଁ ସୋସିଆଲ ମିଡ଼ିଆକୁ ଆମେ ଏକ ଉତ୍ତମ ପୃଷ୍ଟଭୂମୀ ଭାବେ ବାଛିନେଇ ସାରିଛନ୍ତି ।

ସାଧାରଣତଃ ଲୋକମାନେ ହ୍ବାଟ୍ସଆପ୍, ଫେସବୁକ, ଟିକଟକ୍ ଏବଂ ଇନଷ୍ଟାଗ୍ରାମ ଭଳି ସାମଜିକ ଗଣମାଧ୍ୟମ ମୋବାଇଲ ଆପର ବହୁଳ ବ୍ୟବହାର କରୁଛନ୍ତି। ଏହି ଆପଗୁଡିକ ମାଧ୍ୟମରେ ଫଟୋ ଏବଂ ଭିଡିଓ ସେୟାର କରିବା ବହୁତ ସହଜ ହେଉଛି। ଯେଉଁଥିପାଇଁ ଅଧିକାଂଶ ଲୋକେ ଏହି ଆପକୁ ବ୍ୟବହାର କରୁଛନ୍ତି।

ମନୋରଞ୍ଜନ ସହ ଉତ୍ତମ ଟାଇମପାସର ମାଧ୍ୟମ ସାଜିଥିବା ଏହି ‘ସୋସିଆଲ ମିଡିଆ’ ଆପଣଙ୍କ ପାଇଁ କେତେ କ୍ଷତିକାରକ କଣ ଆପଣ ଜାଣନ୍ତି ?

ଅତ୍ୟଧିକ ମାତ୍ରାରେ ସାମାଜିକ ଗଣମାଧ୍ୟମ ବା ଏହିଭଳି ଆପ୍ ଗୁଡିକର ବହୁଳ ବ୍ୟବହାର ଆପଣଙ୍କୁ ମାନସିକ ରୋଗାଗ୍ରସ୍ତ କରିପାରେ।

ଏକ ରିପୋର୍ଟ ଅନୁସାରେ, ଯେଉଁ ବ୍ୟକ୍ତି ଅଧିକାଂଶ ସମୟ ସୋସିଆଲ ମିଡିଆର ବ୍ୟବହାର କରିଥାନ୍ତି, ସେମାନେ ମାନସିକ ରୋଗାଗ୍ରସ୍ତ ହୋଇପାରନ୍ତି।

ୱେବ ସିରିଜ, ଗେମ ଭଳି ଆପଗୁଡିକ ଯେଉଁ ଆପରୁ ପଇସା ରୋଜଗାର କରିହେଉଛି ସେହିଭଳି ଆପ୍ ଲୋକମାନଙ୍କୁ ଅଧିକ ରୋଗାଗ୍ରସ୍ତ କରୁଛି। ଏହାଦ୍ବାରା ଲୋକମାନେ ଅବସାଦ ଏବଂ ସ୍ମୃତିହିନତା ଭଳି ରୋଗର ଶିକାର ହେଉଛନ୍ତି। ତେବେ ଅଧିକାଂଶ ୧୪ବର୍ଷରୁ ୨୪ବର୍ଷର ମଧ୍ୟର ଯୁବକ-ଯୁବତୀ ଏହି ମାନସିକ ରୋଗର ଶିକାର ହେଉଥିବା ଦେଖାଯାଉଥିବା ବିଶେଷଜ୍ଞ ମାନେ କହନ୍ତି।

Leave A Reply

Your email address will not be published.