Latest Odisha News

BREAKING NEWS

‘ଅଲିଭିଆ ହୋକ୍ସ’ ପ୍ରତି ସତର୍କ ରୁହନ୍ତୁ: ଓଡିଶା ପୋଲିସ

ଭୁବନେଶ୍ୱର : ‘ଅଲିଭିଆ ହୋକ୍ସ’ ନାମରେ ଆସୁଥିବା ମେସେଜ ପ୍ରତି ସଜାଗ ରହିବା ନେଇ ଓଡିଶା ପୋଲିସ ପକ୍ଷରୁ ଏକ ଆଡଭାଇଜରି ଜାରି କରାଯାଇଛି । ଏଥିସହିତ ସୋସିଆଲ ମିଡିଆରେ ପିଲାମାନଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ମଧ୍ୟ ଅଭିଭାବକ ମାନଙ୍କୁ ପରାମର୍ଶ ଦିଆଯାଇଛି ।

ସୂଚନା ଅନୁଯାୟୀ ଏହିପରି ବିପଦ ଜନକ ଖେଳ ମେସେଜ ପାଇଁ ଆଜି ଓଡିଶା କ୍ରାଇମ ବ୍ରାଞ୍ଚ ପକ୍ଷରୁ ଏନେଇ ଟ୍ୱିଟ ଏକ କରାଯାଇଛି । ଏଥିସହିତ ମୋମୋ ପରି ବିପଦ ଜନକ ଖେଳର ଶିକାର ହେବାପରେ ଏବେ ‘ଅଲିଭିଆ ହୋକ୍ସ’ ନାମକ ଆପ୍ଲିକେସନ ସୋଶିଆଲ ମିଡିଆରେ ପିଲାମାନଙ୍କ ସହ ବନ୍ଧୁତା ସ୍ଥାପନ କରି ସେମାନଙ୍କୁ ଫସାଉଥିବା ଅଭିଯୋଗ ହେଉଛି ।

ଅନ୍ୟପକ୍ଷରେ କୌଣସି ଅଜଣା ତଥା ସନ୍ଦେହଜନକ ବ୍ୟକ୍ତିଙ୍କ ମେସେଜକୁ ଗ୍ରହଣ ନକରିବା ପାଇଁ ପିଲାମାନଙ୍କ ସହ ସେମାନଙ୍କ ଅଭିଭାବକମାନଙ୍କୁ ମଧ୍ୟ ପରାମର୍ଶ ଦିଆଯାଇଛି ।

ଆହୁରି ମଧ୍ୟ ପିଲାମାନେ କେଉଁ ଆପ୍ଲିକେସନ ବ୍ୟବହାର କରୁଛନ୍ତି ସେ ନେଇ ମଧ୍ୟ ସତର୍କ ଦୃଷ୍ଟି ରଖିବା ନେଇ ଅଭିଭାବକ ମାନଙ୍କୁ କୁହାଯାଇଛି ।

Leave A Reply

Your email address will not be published.