ଭଦ୍ରକ: କରୋନା କାଳରେ ଖାଉଟିଙ୍କ ମହଙ୍ଗା ମାଡ଼ । ତୈଳଦର ହୁ ହୁ ହୋଇ ବଢୁଥିବା ବେଳେ ଅତ୍ୟାବଶ୍ୟକ ସାମଗ୍ରୀ ଦାମ ବି ବଢୁଛି । ପେଟ୍ରୋଲ ଓ ଡିଜେଲ୍ ଦରବୃଦ୍ଧି ପ୍ରତିବାଦରେ ଭଦ୍ରକ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ପେଟ୍ରୋଲ ପମ୍ପ ଆଗରେ ୪ ଘଣ୍ଟିଆ ଗଣଧାରଣ ଦିଆଯାଉଛି । କେନ୍ଦ୍ର ସରକାରଙ୍କ ବିରୋଧରେ ବିଷୋଦଗାର କରିଛନ୍ତି କଂଗ୍ରେସ ନେତା ଓ କର୍ମୀ ।

ବିକ୍ଷୋଭକାରୀ ଅଭିଯୋଗ କରିଛନ୍ତି, ଗୋଟିଏ ପଟେ କରୋନା ମହାମାରୀ ଯୋଗୁଁ ଜୀବନ ଜୀବିକା ପ୍ରଭାବିତ ହୋଇଛି । ଅନ୍ୟପଟେ ମହଙ୍ଗା ମାଡ଼ ସାଧାରଣ ଲୋକଙ୍କୁ ଭାରି ବାଧୁଛି । ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଦର ବଢିଥିବା ବେଳେ ନିତ୍ୟ ବ୍ୟବହାର୍ୟ୍ୟ ଜିନିଷ ଦାମ୍ ବି ଆକାଶ ଛୁଆଁ ହୋଇଛି । କେନ୍ଦ୍ର ସରକାରଙ୍କ ଜନ ବିରୋଧୀ ନୀତିକୁ କଡ଼ା ସମାଲୋଚନା କରିବା ସହ ଦରଦାମ ପ୍ରତ୍ୟାହାର ଦାବି କରିଛି କଂଗ୍ରେସ ।
BREAKING NEWS
- Hardik Pandya: ପାଣ୍ଡ୍ୟାଙ୍କ ଉପରେ ରାଗିଗଲେ ଫ୍ୟାନ୍ସ, ଗାଳି ଦେଇ କହିଲେ ‘ଭାଡ଼ ମେ ଯାଓ’
- ଆଶେସ ସିରିଜ: ଗୋଟିଏ ଦିନରେ ପଡିଲା ୨୦ ୱିକେଟ
- ଆଜିଠୁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ସକାଳ ୧୦ରୁ ୧୧ଟା ପର୍ଯ୍ୟନ୍ତ ବନ୍ଦ ରହିବ ଓପିଡି
- BJD Foundation Day :ପ୍ରତିଷ୍ଠା ଦିବସରେ ଦଳୀୟ ନେତା ଓ କର୍ମୀଙ୍କୁ ବିଜେଡ଼ି ସୁପ୍ରିମୋ ନବୀନଙ୍କ ବର୍ତ୍ତା…
- Another Indian student shot dead: ପୁଣି ଜଣେ ଭାରତୀୟଙ୍କୁ କାନାଡ଼ାରେ ଗୁଳି କରି ହତ୍ୟା
- Odisha Vigilance: ଭିଜିଲାନ୍ସ ହାତରେ କୋଟିପତି ଫରେଷ୍ଟର ନିରଞ୍ଜନ ଶତପଥୀ
- Atal Canteen: ଆରମ୍ଭ ହେଲା ‘ଅଟଳ କ୍ୟାଣ୍ଟିନ୍’ ମାତ୍ର ୫ ଟଙ୍କାରେ ରୁଟି,ଭାତ,ଡ଼ାଲି, ତରକାରୀ ସବୁକିଛି…
- ଖୋର୍ଦ୍ଧା ହେବ ସମୃଦ୍ଧ ଓଡିଶାର ଏକ ନମ୍ବର ଜିଲ୍ଲା
- ଭିଜିଲାନ୍ସ ଜାଲରେ ମାଲକାନଗିରି ବ୍ଳକର କନିଷ୍ଠ ଯନ୍ତ୍ରୀ ନିହାର ସରକାର
- Ex-MLA Sanchita Mohanty Passes Away: ପୂର୍ବତନ ବିଧାୟିକା ସଞ୍ଚିତା ମହାନ୍ତିଙ୍କ ପରଲୋକ
Comments are closed.