Latest Odisha News

BREAKING NEWS

ପୁରୀର ନେଳିପାଣି ମୋହରେ ବିହାରୀ ଇଞ୍ଜିନିୟର, ଶେଷରେ ନିଶା ପାଇଁ ଭିକ୍ଷାବୃତ୍ତି

ପୁରୀ: ପୁରୀର ଭାଙ୍ଗ ନିଶାରେ ପଡି ଯାଇଛନ୍ତି ଜଣେ ବିହାରୀ ଇଞ୍ଜିନିୟର । ଜାଣିବା ଶୁଣିବା ବ୍ୟକ୍ତି ହେବା ସତ୍ୱେ କିପରି ସେ ନିଶା କବଳରେ ପଡିଲେ ଏବଂ ଏଥିନେଇ ସେ ଯେଉଁ ଯୁକ୍ତ ବାଢ଼ୁଛନ୍ତି ତାହା ଗ୍ରହଣୀୟ ନୁହେଁ । ନିଶା ଯୋଗୁ ତାଙ୍କ ପରିସ୍ଥିତି ଏପରି ହୋଇଛି ଯେ, ସେ ଏଥିପାଇଁ ଭିକ୍ଷାବୃତ୍ତି କରିବାକୁ ପଛାଉ ନାହାନ୍ତି । ଏସପି ଅଖିଳେଶ୍ୱର ସିଂଙ୍କ ହସ୍ତକ୍ଷେପ ଏବଂ ଇନଷ୍ଟାଗ୍ରାମ ଯୋଗୁ ତାଙ୍କ ପରିଚୟ ମିଳିପାରିଛି । ସେ ହେଲେ ବିହାରର ୨୮ ବର୍ଷୀୟ ନୁମାନ ଖାଁ । ପିଲାବେଳୁ ତାଙ୍କ ମାନସିକ ସ୍ଥିତି ଭଲ ନ ଥିଲା । ବିହାରରେ ଚିକିତ୍ସିତ ହେବା ପରେ ତାଙ୍କ ବାପା ତାଙ୍କୁ କୋଲକତାରେ ଛାଡିଥିଲେ । ଯୁକ୍ତ ୨ ପରେ ଇଂଜିନିୟରି ଶିକ୍ଷା ଶେଷ କରିଥିଲେ । ନଟିକାଲ ସାଇନ୍ସ ଓ ମେରାଇନ ଇଞ୍ଜିନିୟରିଂ ପାସ୍ କରିବା ପରେ ବେକାର ବସିଥିଲେ ।

ସେଠାରେ ସେ ଜଣେ ବାବାଜୀଙ୍କ ସଂସ୍ପର୍ଶରେ ଆସି ଭାଙ୍ଗ ନିଶାରେ ପଡିଥିଲେ । ଶେଷରେ ଭାଙ୍ଗ ଲାଳସା ଚରିତାର୍ଥ କରିବା ପାଇଁ ସେ ଚାଲି ଚାଲି ପୁରୀ ଆସିଥିଲେ । ପାଖରେ ପଇସା ସରିଯିବା ପରେ ଭାଙ୍ଗ ପାଇଁ ଭିକ୍ଷାବୃତି ଆରମ୍ଭ କରି ଦେଇଛନ୍ତି । ଇନଷ୍ଟାଗ୍ରାମରେ ଠିକଣା ପାଇଁ ନୁମାନଙ୍କ ପରିବାର ଲୋକ ପୁରୀ ଆସି ତାଙ୍କୁ ନେଇଯାଇଛନ୍ତି ।

Leave A Reply

Your email address will not be published.