Latest Odisha News

BREAKING NEWS

ଭାରତ ବନ୍ଦ: ଦେଶବ୍ୟାପୀ ୧୨ ଘଣ୍ଟିଆ ବନ୍ଦ ପାଳନ କରୁଛନ୍ତି ଚାଷୀ

ନୂଆଦିଲ୍ଲୀ: ନୂଆ କୃଷି ଆଇନକୁ ବିରୋଧ କରି ଚାଷୀ ଚଳାଇଥିବା ଆନ୍ଦୋଳନକୁ ଆଜି ଚାରି ମାସ ପୂରିଛି । ଏଥିପାଇଁ ଆଜି ଦେଶବ୍ୟାପୀ ବନ୍ଦ ପାଳନ କରୁଛନ୍ତି କୃଷକ ସଂଗଠନ । ପ୍ରଭାବରେ ସକାଳ ୬ଟାରୁ ବିଭିନ୍ନ ସ୍ଥାନରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ହଜାର ହଜାର ଚାଷୀ । ରାସ୍ତାରୋକ କରିବା ସହ ଟ୍ରେନ ଅଟକାଇଛନ୍ତି । ବନ୍ଦ ରହିଛି ବ୍ୟବସାୟିକ ପ୍ରତିଷ୍ଠାନ ଓ ଦୋକାନବଜାର ।

ସଂଯୁକ୍ତ କିଷାନ ମୋର୍ଚ୍ଚା ବନ୍ଦ ଡକରା ଦେଇଛି । ଶାନ୍ତିପୂର୍ଣ୍ଣ ବନ୍ଦ ପାଳନ ପାଇଁ ଆହ୍ୱାନ ଦିଆଯାଇଛି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ ବନ୍ଦ ପାଳନ । ଦିଲ୍ଲୀ ସୀମାର ଗାଜିପୁରରେ ଶହ ଶହ ଚାଷୀ ଏକାଠି ହୋଇଛନ୍ତି । ସମର୍ଥନ ଦେବାକୁ ସାଧାରଣ ଲୋକଙ୍କୁ ଅନୁରୋଧ କରୁଛନ୍ତି । ଦେଶର ବିଭିନ୍ନ ସ୍ଥାନରେ ହାଇଓ୍ୱେକୁ ବି ଅବରୋଧ କରିଛନ୍ତି ଆନ୍ଦୋଳନକାରୀ । ଫଳରେ ଠପ୍ ହୋଇଛି ଗାଡ଼ିମୋଟର ଚଳାଚଳ । ଗାଜିପୁର ସୀମାରେ ପରିବହନକୁ ବନ୍ଦ କରାଯାଇଛି ।

କୃଷକ ସଂଗଠନର ଭାରତ ବନ୍ଦ ଡକରାକୁ ସମର୍ଥନ ଦେଇଛନ୍ତି ବିଭିନ୍ନ ରାଜନୈତିକ ଦଳ ଓ ସଂଗଠନ । ସାଧାରଣ ଲୋକ ବି ସାମିଲ ହୋଇଛନ୍ତି । ଫଳରେ ପ୍ରଭାବିତ ହୋଇଛି ସାଧାରଣ ଜୀବନଯାତ୍ରା । ତେବେ ଅତ୍ୟାବଶ୍ୟକ ସେବା ଓ ବିଧାନସଭା ନିର୍ବାଚନ ହେବାକୁ ଥିବା ୫ଟି ରାଜ୍ୟରେ ବନ୍ଦ ପାଳନକୁ ବାଦ ଦିଆଯାଇଛି ।

Leave A Reply

Your email address will not be published.