Latest Odisha News

BREAKING NEWS

ଧଉଳି ଚାରୁକଳା ମହାବିଦ୍ୟାଳୟରେ ଚିତ୍ରକଳା ଶିବିର

ଭୁବନେଶ୍ୱର : ଧଉଳି ଚାରୁକଳା ମହାବିଦ୍ୟାଳୟ ଓ ଭାରତ ପର୍ଯ୍ୟଟନର ଆନୁକୂଲ୍ୟରେ ସହିଦ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ମହାବିଦ୍ୟାଳୟର ୧୧ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଏକ ଚିତ୍ରକଳା ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିରରେ ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କ ଦ୍ଵାରା ସୁଭାଷ ବୋଷଙ୍କ ଜୀବନୀ ଉପରେ ଆଧାରିତ ସୃଜନଶୀଳ ଚିତ୍ରକଳା ପ୍ରଦର୍ଶିତ ହୋଇଥିଲା।

ଏହି ଶିବିରରେ ଭାରତ ପର୍ଯ୍ୟଟନ ବିଭାଗର ସହାୟିକା ନିର୍ଦ୍ଦେଶିକା ସୋନିଆ ତିର୍କି ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ।ଏହି କାର୍ଯ୍ୟକ୍ରମକୁ ଅଧ୍ୟାପକ ଚନ୍ଦନ କୁମାର ସାମଲ , ବିଶ୍ଵକାନ୍ତ ପଣ୍ଡା , ମାନସ ରଞ୍ଜନ ନାୟକ, ସସ୍ମିତା କାମିଲା ଓ ଲଷ୍ମୀଧର ସ୍ୱାଇଁ ପ୍ରମୁଖ ପରିଚାଳନା କରିଥିଲେ।

Leave A Reply

Your email address will not be published.