Latest Odisha News

BREAKING NEWS

ଲଗାତାର ୩୧ ଥର କରୋନା ପଜିଟିଭ୍ ହେଲେଣି ଏହି ମହିଳା, ଡାକ୍ତର ବି ଆଶ୍ଚର୍ଯ୍ୟ

ଭରତପୁର : ରାଜସ୍ଥାନ ଭରତପୁରରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି । ଜଣେ ମହିଳା ଗତ ୫ ମାସ ହେଲା କରୋନା ସଂକ୍ରମଣରେ ପୀଡ଼ିତ ଅଛନ୍ତି । ୩୦ ବର୍ଷିୟ ସାରଦା ଦେବୀଙ୍କ କରୋନା ରିପୋର୍ଟ ୩୧ଥର ପଜିଟିଭ୍ ଆସିଲାଣି ।

ଏଥିରେ ୧୭ଟି RTPCR ଓ ୧୪ଟି ରାପିଡ ଆଣ୍ଟିଜେନ ଟେଷ୍ଟ ସାମିଲ ଅଛି । ସାରଦାଙ୍କୁ ଏଲୋପାଥି, ହୋମିଓପାଥି ଓ ଆୟୁର୍ବେଦିକ ଔଷଧ ଦିଆଯାଇଛି, କିନ୍ତୁ କିଛି ଲାଭ ହୋଇନି ।

ଆହୁରି ଆଶ୍ଚର୍ଯ୍ୟଜନକ କଥା ହେଲା, ଲଗାତାର ରିପୋର୍ଟ ପଜିଟିଭ୍ ଆସୁଥିଲେ ବି ସାରଦା ସୁସ୍ଥ ଅଛନ୍ତି । ସେ ନିଜେ ନିଜର ସବୁ କାମ କରୁଛନ୍ତି । କରୋନା ସଂକ୍ରମଣ ସମୟରେ ତାଙ୍କ ଓଜନ ମଧ୍ୟ ୮ କିଲୋ ବଢିଯାଇଛି । ଯାହାକୁ ନେଇ ଡାକ୍ତର ଚକିତ ଅଛନ୍ତି । ଜଣେ ୫ ମାସ କରୋନାରେ ପୀଡିତ ରହିବା ସମ୍ଭବତଃ ଦେଶର ପ୍ରଥମ ମାମଲା ।

୫ ମାସ ହେଲାଣି ସାରଦା ଦୁଇ କୋଠରୀ ବିଶିଷ୍ଟ ଏକ ଆଇସୋଲେସନ ରୁମରେ ବନ୍ଦୀ ଭଳି ଜୀବନ କାଟୁଛନ୍ତି । ସାରଦାଙ୍କୁ ବଝୋରା ଗାଁରୁ ଅଣାଯାଇଛି । ସାରଦାଙ୍କ ପ୍ରଥମ ଟେଷ୍ଟ ୨୦୨୦ ଅଗଷ୍ଟ ୨୮ରେ ହୋଇଥିଲା । 

ସାରଦା କରୋନା ପଜିଟିଭ୍ ହୋଇଥିଲେ ବି ଅନ୍ୟମାନଙ୍କ ପାଇଁ ବିପଦ ନୁହେଁ । କାରଣ ତାଙ୍କ ଶରୀରରେ ଥିବା କରୋନା ଭାଇରସ୍ ଆକ୍ଟିଭ ନୁହେଁ ବୋଲି ଡାକ୍ତର କହିଛନ୍ତି । 

Leave A Reply

Your email address will not be published.