Latest Odisha News

BREAKING NEWS

ସୁପ୍ରିମକୋର୍ଟର ଭର୍ତ୍ସନା ପରେ ଏଆରଟେଲ ଉପରେ ପଡିଲା ପ୍ରଭାବ; ଜମା କଲା ୧୦,୦୦୦ କୋଟି ଟଙ୍କା

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ଭର୍ତ୍ସନା ପରେ ଏଆରଟେଲ ଉପରେ ପ୍ରଭାବ ପଡିଛି। ସୁପ୍ରିମକୋର୍ଟଙ୍କ ତାଗିଦ ପରେ ଏଆରଟେଲ ସୋମବାର ଦିନ ଆଡ଼ଜଷ୍ଟେଡ଼ ଗ୍ରସ ରେଭିନ୍ୟୁ ବା ଏଜିଆର ବୈଧାନିକ ବକେୟାରୁ ୧୦,୦୦୦ କୋଟି ଟଙ୍କା ପରିଶୋଧ କରିଛି।

 

 

ଜାତୀୟଗଣମଧ୍ୟମ ଓ କମ୍ପାନୀ ସୂଚନା ଅନୁଯାୟୀ ଏଆରଟେଲ ପରିଶୋଧ ପରେ ବକେୟା ଥିବା ରାଶୀ ମଧ୍ୟ ସେଲ୍ଫ ଏଭଲ୍ୟୁଏସନ ପରେ କରିଦେବ। ଏଆରଟେଲ ତରଫରୁ ଜାରୀ ବୟାନ ଅନୁସାରେ ଭାରତୀ ଏଆରଟେଲ, ଭାରତୀ ହେକ୍ସାକମ ଓ ଟେଲିନର ତରଫରୁ ମୋଟ ୧୦,୦୦୦ କୋଟି ଟଙ୍କା ପରିଶୋଧ କରିଛି।

ସୁପ୍ରିମକୋର୍ଟ କରିଥିଲା ଭର୍ସନା:

ବିଶେଷଜ୍ଞଙ୍କ କହିବା ଅନୁସାରେ ସରକାର ନିକଟରେ ସୁପ୍ରିମକୋର୍ଟରେ ହଲଫନାମା ଆଗତ କରି କହିଥିଲେ ଯେ ଟେଲିକମ୍ ବିଭାଗ, ଟେଲିକମ୍ ସର୍ଭିସ ପ୍ରୋଭାଇଡ଼ରର୍ସ ବା ଟିଏସପିର ‘ତତ୍କାଳ’ ସ୍ପେକ୍ଟରମ ଉପଯୋଗ ଶୁଳ୍କ ଓ ଲାଇସେନ୍ସ ଶୁଳ୍କ ଭରଣା କରିବାରେ ବିଫଳ ହେବା ପରେ ସେମାନଙ୍କ ବ୍ୟାଙ୍କ ଗ୍ୟାରେଣ୍ଟିକୁ ଏନକ୍ୟାସ କରିବାପାଇଁ କାର୍ଯ୍ୟନୁଷ୍ଠାନ ନେଇପାରେ ।

ସରକାର କହିଥିଲେ ଯେ ଏହି ପଦକ୍ଷେପ ସୁପ୍ରିମକୋର୍ଟ ଦ୍ୱାରା ଗତ ବର୍ଷ ୨୪ ଅକ୍ଟୋବରକୁ ସ୍ପେକ୍ଟରମ ଉପଯୋଗ ଶୁଳ୍କ ଓ ଲାଇସେନ୍ସ ଶୁଳ୍କକୁ ନେଇ ଦିଆଯାଇଥିବା ଆଦେଶ ଅନୁପାଳନ ଅନୁସାରେ ନିଆଯାଇପାରେ।

ଏହାପୂର୍ବରୁ ଗତ ଶୁକ୍ରବାର ଦିନ ସୁପ୍ରିମକୋର୍ଟ ଡିଓଟିକୁ ବହୁତ ଭର୍ତ୍ସନା କରିଥିଲେ। ସୁପ୍ରିମକୋର୍ଟ ଏହି ୨୪ ଅକ୍ଟୋବରକୁ ଦିଆଯାଇଥିବା ଆଦେଶ ଦେଇଥିଲେ ମଧ୍ୟ ଡିଓଟିର ଅଭରେଜ ଗ୍ରସ ରେଭିନ୍ୟୁ ବା ଏଜିଆର ବକେୟା ବକେୟାକୁ ଟେଲିକମ୍ ସର୍ଭିସ ପ୍ରୋଭାଇଡର ଠାରୁ ଅସୁଲରେ ଅକ୍ଷମ ହୋଇଥିବାରୁ କହିଥିଲେ। ଏହାପରେ ଡିଓଟି ବକେୟା ଅସୁଲ ପାଇଁ ପଦକ୍ଷେପ ନେଇଥିଲେ। ଏଆରଟେଲ ଉପରେ ୩୫,୫୦୦ କୋଟି ଟଙ୍କାର ଋଣ ଅଛି।

ଏଆରଟେଲ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ପୂର୍ଵ ସପ୍ତାହରେ କହିଥିଲା ୨୦ ଫେବୃଆରୀ ପର୍ଯ୍ୟନ୍ତ ୧୦,୦୦୦ କୋଟି ଟଙ୍କା ପରିଶୋଧ କରିବ ଓ ବାକି ଟଙ୍କା ୧୭ ମାର୍ଚ୍ଚକୁ ଆସନ୍ତା ଶୁଣାଣି ପୂର୍ବରୁ ପରିଶୋଧ କରାଯିବ।

Leave A Reply

Your email address will not be published.