Latest Odisha News

BREAKING NEWS

ନୀତିଶଙ୍କ ବିରୋଧରେ ରଣନୀତି ପ୍ରସ୍ତୁତ କରୁଛନ୍ତି ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ: ନରେନ୍ଦ୍ର ମୋଦୀଙ୍କଠାରୁ ଆରମ୍ଭ କରି ଅରବିନ୍ଦ କେଜ୍ରିୱାଲଙ୍କ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି ପ୍ରଶାନ୍ତ କିଶୋର । ନୀତିଶ କୁମାରଙ୍କ ସହ ମତଭେଦ ହେବା ପରେ ଏବେ ସେ ତାଙ୍କୁ ଆଗାମୀ ବିହାର ନିର୍ବାଚନରେ ସିଧାସଳଖ ଟକ୍କର ଦେବା ପାଇଁ ଯୋଜନା କରୁଛନ୍ତି । ରିପୋର୍ଟ ମୁତାବକ ସେ କୌଣସି ଦଳ ପାଇଁ ପ୍ରଚାର କରିବେ ନାହିଁ ବୋଲି କହିଛନ୍ତି ।

ନିଜେ ଏଥର ଏକ ରାଜନୈତିକ ପ୍ରତିଷ୍ଠାନ ତିଆରି କରିବେ । ଏହା ଏକ ଦଳର ରୂପ ନେବ କି ନାହିଁ ତାହା ସେ ସ୍ପଷ୍ଟ କରି ନାହାନ୍ତି । ତାଙ୍କର ଆଇପ୍ୟାକ କର୍ମକର୍ତାମାନେ ବିହାରରେ ଲୋକଙ୍କ ସହ ସମ୍ପର୍କ ରଖିବା ଆରମ୍ଭ କରି ଦେଇଛନ୍ତି । ଅରବିନ୍ଦ କେଜ୍ରିୱାଲ ମଧ୍ୟ ତାଙ୍କୁ ସମର୍ଥନ ଦେବେ ବୋଲି ଜଣାପଡିଛି । ଆଉ କେତେକ ସୂତ୍ର ଅନୁସାରେ ସେ ବିହାରରେ ଆପର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ ।

Leave A Reply

Your email address will not be published.