ମୁମ୍ବାଇ: କମେଡି କୁଇନ୍ ଭାରତୀ ସିଂ ଏବଂ ତାଙ୍କ ସ୍ୱାମୀ ହର୍ଷ ଲିମ୍ଵାଚିଆଙ୍କୁ ମୁମ୍ଵାଇର ଏକ କୋର୍ଟ ଜାମିନ ପ୍ରଦାନ କରିଛନ୍ତି । ସେମାନଙ୍କ ଘରୁ ଗଞ୍ଜେଇ ମିଳିବା ପରେ ଶନିବାର ଭାରତୀ ଓ ରବିବାର ହର୍ଷଙ୍କୁ ଗିରଫ କରିଥିଲା ଏନସିବି ।
ଉଭୟଙ୍କୁ ମାରାଥନ ଜେରା ପରେ କୋର୍ଟ ଚାଲାଣ କରାଯାଇଥିଲା । ଜେରା ବେଳେ ଉଭୟେ ଗଂଜେଇ ସେବନ କରୁଥିବା ସ୍ୱୀକାର କରିଥିଲେ । ଏହାପରେ ଭାରତୀ ଏବଂ ହର୍ଷଙ୍କୁ କୋର୍ଟ ଚାଲାଣ କରାଯିବା ସହ ୧୪ ଦିନିଆ ବିଚାର ବିଭାଗୀୟ ହେପାଜତକୁ ନିଆଯାଇଥିଲା ।
ସୂଚନାଯୋଗ୍ୟ ଯେ ଜଣେ ଡ୍ରଗ୍ସ ବେପାରୀ ଗିରଫ ହେବା ପରେ ସେ ଭାରତୀ ଓ ତାଙ୍କ ସ୍ୱାମୀଙ୍କ ସମ୍ପର୍କରେ ସୂଚନା ଦେଇଥିଲା । ଏନସିବି ପକ୍ଷରୁ ଭାରତୀଙ୍କ ଘରେ ଚଢଉ ବେଳେ ୮୫ଗ୍ରାମ ଗଂଜେଇ ମିଳିଥିଲା । କେବଳ ଘରେ ନୁହେଁ ସେମାନଙ୍କ ଅଫିସରେ ମଧ୍ୟ ଚଢଉ ହୋଇଥିଲା ।
Comments are closed.