Latest Odisha News

BREAKING NEWS

ଟ୍ୱିଟର୍‌ରେ ୧୦ ଲକ୍ଷ ଅନୁସରଣକାରୀ ସହ ବିଶ୍ୱ ରେକର୍ଡ ସୃଷ୍ଟି କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଦୁନିଆର ପ୍ରଥମ ବ୍ୟାଙ୍କ ହୋଇପାରିଛି ଯାହାର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ଅନୁସରଣକାରୀଙ୍କ ସଂଖ୍ୟା ୧୦ ଲକ୍ଷ ଅତିକ୍ରମ କରିଛି। ସୂଚନାଯୋଗ୍ୟ ଯେ ମାଇକ୍ରୋବ୍ଲଗିଂ ସାଇଟରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ୧୦ ଲକ୍ଷ ଅନୁସରଣକାରୀ ସହିତ ଆମେରିକା ଫେଡେରାଲ ରିଜର୍ଭ ଏବଂ ୟୁରୋପୀୟ ସେଣ୍ଟ୍ରାଲ ବ୍ୟାଙ୍କ (ୟୁଏସ୍‌ବି) କୁ ପରାସ୍ତ କରିଛି। ରିଜର୍ଭ ବ୍ୟାଙ୍କର ଟ୍ୱିଟର ହ୍ୟାଣ୍ଡେଲର ସୂଚନା ଅନୁଯାୟୀ, ୨୭ ସେପ୍ଟେମ୍ବର ୨୦୨୦ ରେ ଏହାର ଅନୁସରଣକାରୀଙ୍କ ସଂଖ୍ୟା ୯.୬୬ ଲକ୍ଷ ଥିଲା, ଯାହା ବର୍ତ୍ତମାନ ୧୦ ଲକ୍ଷ ମାର୍କ ଅତିକ୍ରମ କରିଛି।

ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ରବିବାର ଟ୍ୱିଟ୍ କରି କହିଛନ୍ତି ଯେ ରିଜର୍ଭ ବ୍ୟାଙ୍କର ଟ୍ୱିଟର ଆକାଉଣ୍ଟରେ ଅନୁସରଣକାରୀଙ୍କ ସଂଖ୍ୟା ଆଜି ୧୦ ଲକ୍ଷରେ ପହଞ୍ଚିଛି। ଏଥିପାଇଁ ରିଜର୍ଭ ବ୍ୟାଙ୍କରେ ଥିବା ମୋର ସମସ୍ତ ସହକର୍ମୀଙ୍କୁ ଅଭିନନ୍ଦନ। ” ତେବେ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ବ୍ୟାଙ୍କ ଫେଡେରାଲ ରିଜର୍ଭରେ ଟ୍ୱିଟରରେ ମାତ୍ର ୬.୬୭ ଲକ୍ଷ ଅନୁସରଣକାରୀ ଅଛନ୍ତି। ୟୁରୋପୀୟ କେନ୍ଦ୍ରୀୟ ବ୍ୟାଙ୍କର ଟ୍ୱିଟରରେ ଅନୁସରଣକାରୀଙ୍କ ସଂଖ୍ୟା ୫.୯୧ ଲକ୍ଷ ରହିଛି। ଉଲ୍ଲେଖନୀୟ ବିଷୟ ହେଉଛି, ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ ମାର୍ଚ୍ଚ ୨୦୦୯ରେ ଟ୍ୱିଟରରେ ପ୍ରବେଶ କରିଥିବାବେଳେ ଅକ୍ଟୋବର ୨୦୦୯ରେ ଇସିବି ଟ୍ୱିଟର ସହିତ ଜଡିତ ଥିଲା।

ମାର୍ଚ୍ଚ ୨୦୧୯ରେ, ଟ୍ୱିଟରରେ ରିଜର୍ଭ ବ୍ୟାଙ୍କର ଅନୁସରଣକାରୀଙ୍କ ସଂଖ୍ୟା ୩ ଲକ୍ଷ ୪୨ ହଜାର ଥିଲା ଯାହା ମାର୍ଚ୍ଚ ୨୦୨୦ ରେ ଦ୍ୱିଗୁଣିତ ହୋଇଛି। ଜଣେ ଅଧିକାରୀଙ୍କ କହିବାନୁସାରେ, କରୋନା ସଂକ୍ରମଣ ଯୋଗୁଁ ହୋଇଥିବା ଲକ୍‌ଡାଉନ୍‌ କାରଣରୁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଟୁଇଟରରେ ଅନୁଗାମୀମାନଙ୍କ ସଂଖ୍ୟା ବୃଦ୍ଧି ପାଇଛି।

Leave A Reply

Your email address will not be published.