Latest Odisha News

BREAKING NEWS

ବିଜେଡିରେ ସାମିଲ ହେଲେ କୁଚିଣ୍ଡାର ଭବାନୀ ଶଙ୍କର କାଲୋ

ଭୁବନେଶ୍ଵର: ବିଜେଡିରେ ସାମିଲ ହେଲେ କୁଚିଣ୍ଡାର ଭବାନୀ ଶଙ୍କର କାଲୋ । ସେ ଅଖିଳ ଭାରତୀୟ ଗଣ୍ଡ ମହାସଭାର ଉପଦେଷ୍ଟା । ୮.୯୩ ଲକ୍ଷ ଗଣ୍ଡଙ୍କ ଉପଦେଷ୍ଟା । ଗଣ୍ଡ ସମାଜକୁ ଆଗେଇବା ପାଇଁ ସେ ବହୁ ଆଗରୁ କାମ କରି ଆସିଛନ୍ତି । ତାଙ୍କ ଅବଦାନ ଓଡ଼ିଶା ଓ ଗଣ୍ଡ ସମାଜ ପାଇଁ ଗର୍ବର ବିଷୟ ।

ଦଳକୁ ମୁଖ୍ୟମନ୍ତ୍ରୀ, ସଂଗଠନ ସମ୍ପାଦକଙ୍କ ପକ୍ଷରୁ ସ୍ୱାଗତ କରିଛନ୍ତି ସାଂସଦ ସସ୍ମିତ ପାତ୍ର । ଆମ ଅନୁଷ୍ଠାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ । ଭୁବନେଶ୍ୱରରେ ଆମ ସମାଜ ପାଇଁ ଜମି ଦେଇଛନ୍ତି । ଗଣ୍ଡ ବିକାଶ ପାଇଁ ସେ କାମ କରୁଛନ୍ତି । ଗଣ୍ଡ ବହୁତ ସାହସୀ । ୧୯୯୨ ମସିହାରେ ବିଜୁ ପଟ୍ଟନାୟକ ଆମ ସଂଗଠନରେ ସାମିଲ ହୋଇ ସଂଗଠନକୁ ଆଗେଇବାକୁ ପ୍ରତିଶୃତି ଦେଇଥିଲେ । ସଂଗଠନ ଆହୁରି ଆଗେଉଛି । ସବୁକ୍ଷେତ୍ରରେ ବିଜେଡିକୁ ସହଯୋଗ କରିବୁ ବୋଲି କହିଛନ୍ତି ଭବାନୀ ।

Leave A Reply

Your email address will not be published.