Latest Odisha News

BREAKING NEWS

ବିଜେଡିରେ ମିଶିଲେ ରୋହିତ ଜୋଶେଫ ତୀର୍କି

ଭୁବନେଶ୍ଵର: ବିଜେଡିରେ ମିଶିଲେ ରୋହିତ ଜୋଶେଫ ତୀର୍କି । ତୀର୍କିଙ୍କୁ ଦଳକୁ ସ୍ୱାଗତ କରିଛନ୍ତି ସାଂସଦ ସସ୍ମିତ ପାତ୍ର । ରୋହିତଙ୍କ ବାପା ଜର୍ଜ ତୀରକି ଜଣେ ଆଦିବାସୀ ନେତା । ସେ ୨୦୧୯ରେ ବିରମିତ୍ରପୁରରୁ କଂଗ୍ରେସ ଟିକେଟରୁ ଲଢ଼ିଥିଲେ । ତାଙ୍କର ଯୋଗଦାନ ଦଳକୁ ଆହୁରି ଶକ୍ତିଶାଳୀ କରିବ ବୋଲି କହିଛନ୍ତି ମନ୍ତ୍ରୀ ସାରଦା ନାୟକ । ସୁନ୍ଦରଗଡ଼ରେ ହକି, ଶିକ୍ଷା ସବୁ ବିକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେଥିରେ ଅନୁପ୍ରାଣିତ ହୋଇ ରୋହିତ ବିଜେଡିରେ ମିଶିଛନ୍ତି ବୋଲି କହିଛନ୍ତି ସାରଦା ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ଧାରାରେ ଅନୁପ୍ରାଣିତ ହୋଇ ବିଜେଡିରେ ମିଶିଲି ବୋଲି କହିଛନ୍ତି ରୋହିତ । ବାପାଙ୍କ ଆଶୀର୍ବାଦ ଅଛି । ମୁଖ୍ୟମନ୍ତ୍ରୀଙ୍କ ଓଡିଶା ଓ ସୁନ୍ଦରଗଡ଼ ପାଇଁ ଯାହା ନିର୍ଦ୍ଦେଶ ରହିବ, ତାକୁ ଆଗକୁ ନେବି ବୋଲି କହିଛନ୍ତି ରୋହିତ ।

୨୦୧୯ ମସିହାରୁ ସୁନ୍ଦରଗଡ଼ ଜିଲ୍ଲାର ବ୍ଯାପକ ରୂପାନ୍ତରୀକରଣ କାମ ହୋଇଛି। ଯାହାକୁ ଦେଖି ମୁଖ୍ୟମନ୍ତ୍ରୀ ଓ 5T ଅଧ୍ୟକ୍ଷଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ରୋହିତ ଦଳରେ ମିଶିବାକୁ ଇଛା ପ୍ରକାଶ କରିଥିଲେ। ଏହାଦ୍ବାରା ବୀରମିତ୍ରପୁରରେ ଦଳ ଆହୁରି ସଶକ୍ତ ହେବ ବୋଲି କହିଛନ୍ତି ସୁନ୍ଦରଗଡ଼ ବିଜେଡି ପର୍ଯ୍ୟବେକ୍ଷକ ପ୍ରୀତି ରଞ୍ଜନ ଘଡେଇ।

Leave A Reply

Your email address will not be published.