Latest Odisha News

BREAKING NEWS

ଏପ୍ରିଲରେ କାର୍ଯ୍ୟକାରୀ ହେବ ଭିମସାରର ସୁପର ସ୍ପେଶିଆଲିଟି କୋଠା; ୨୦୧୭ରୁ ଆରମ୍ଭ ହୋଇଥିଲା କାର୍ଯ୍ୟ

ବୁର୍ଲା:ଭିମସାରରେ ଖୁବଶୀଘ୍ର କାର୍ଯ୍ୟକାରୀ ହେବ ସୁପର ସ୍ପେଶିଆଲିଟି କୋଠା। ଏପ୍ରିଲ ସୁଦ୍ଧା ଏହାକୁ କାର୍ଯ୍ୟକ୍ଷମ କରିବା ପାଇଁ ମତପ୍ରକାଶ ପାଇଛି। ବୁର୍ଲା ବୀର ସୁରେନ୍ଦ୍ର ସାଏ ଆର୍ୟୁବିଜ୍ଞାନ ଓ ଗବେଷଣା ସଂସ୍ଥାନ ବା ଭିମସାରରେ ନିର୍ମାଣାଧୀନ ସୁପର ସ୍ପେଶିଆଲିଟି କୋଠା ୨୦୧୭ ମସିହାରୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ପରେ କୋଭିଡ଼ ଯୋଗୁଁ ନିର୍ମାଣ କାର୍ଯ୍ୟ ପ୍ରଭାବିତ ହୋଇଥିଲେ ମଧ୍ୟ ଏହାକୁ ସମ୍ପୂର୍ଣ୍ଣ କରିବା ପାଇଁ ଧାର୍ଯ୍ୟ ଲକ୍ଷ୍ୟ ଆସନ୍ତା ଏପ୍ରିଲ ମାସକୁ ରଖାଯାଇଛି। ଏମ୍ସ ଭୁବନେଶ୍ୱର ଏହି ସୁପର ସ୍ପେଶିଲିଏଟି ୟୁନିଟ୍‌ର ନୋଡ଼ାଲ କେନ୍ଦ୍ର ଭାବେ ତତ୍ତ୍ୱାବଧାରକ ହେବ ବୋଲି ପୂର୍ବରୁ ଧାର୍ଯ୍ୟ ହୋଇଥିଲା। ତେବେ ୧୫୦ କୋଟି ଟଙ୍କା ବ୍ୟୟ ଅଟ୍ଟକଳରୁ ଏହି ପ୍ରକଳ୍ପ ପାଇଁ ୮୦ କୋଟି ଟଙ୍କାର ନିର୍ମାଣ ଓ ୭୦ କୋଟି ଟଙ୍କା ଚିକିତ୍ସା ଉପକରଣ ପାଇଁ ଖର୍ଚ୍ଚ କରାଯିବ। ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେଉ ନ ଥିବା ଏବଂ ବିଶେଷଜ୍ଞ ଡାକ୍ତର ଅବସ୍ଥାପିତ ହୋଇ ନ ପାରିବାରୁ ସୁପର ସ୍ପେଶାଲିଟି ବିଭାଗଗୁଡ଼ିକ କାର୍ଯ୍ୟକ୍ଷମ ହୋଇପାରୁ ନାହିଁ।ବର୍ତ୍ତମାନ ନିର୍ମାଣାଧାନୀ କୋଠାରେ ଲିଫଟ୍‌ ସଂଯୋଗ, ବିଦ୍ୟୁତ୍‌ ବ୍ୟବସ୍ଥା ଭଳି ବିଭିନ୍ନ ଆନୁସାଙ୍ଗିିକ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। କୋଠାର ବିଦ୍ୟୁତିକରଣ ପରେ ଏବେ ଶଯ୍ୟା ଓ ରୋଗୀ ସେବା ପାଇଁ ଆବଶ୍ୟକ ଆନୁଷାଙ୍ଗୀକ ଭିତ୍ତିଭୂମି କାର୍ଯ୍ୟ ଚାଲିଛି।

ଏହି କୋଠାରେ ଗେଷ୍ଟ୍ରୋଏଣ୍ଟ୍ରୋଲୋଜି, ଏଣ୍ଡୋ କ୍ରିନୋଲୋଜି, କ୍ଲିନିକାଲ ହେମାଟୋଲୋଜି, ପେଡ଼ିଆଟ୍ରିକ୍‌ ସର୍ଜରୀ ପ୍ରଭୃତି ସୁପର ସ୍ପେଶିଆଲଟି ବିଭାଗମାନ ରହିବା ବ୍ୟବସ୍ତା ରହିଛି। ସୁପର ସ୍ପେଶାଲିଟି କୋଠାରେ ୬୦ଟି ଆଇସିୟୁ ୟୁନିଟ୍‌ ଓ ୧୮୦ଟି ସାଧାରଣ ଶଯ୍ୟା ରହିବା ବ୍ୟବସ୍ଥା ରହିଛି। ଏସବୁ କାର୍ଯ୍ୟକାରୀ ହେଲେ ଭିମସାରରେ ସାଧାରଣ ଲୋକେ ମଧ୍ୟ ଉଚ୍ଚତର ଚିକିତ୍ସା ସେବା ପାଇ ପାରିବେ। ମାର୍ଚ୍ଚ ୩୧ ସୁଦ୍ଧା ପ୍ରକଳ୍ପ କାର୍ଯ୍ୟକାରୀ କରୁଥିବା ସଂସ୍ଥା ଭିମସାରକୁ ହସ୍ତାନ୍ତର କରିବ ବୋଲି ନୂଆ ତାରିଖ ଧାର୍ଯ୍ୟ ହୋଇଛି।

Comments are closed.