Latest Odisha News

BREAKING NEWS

ଶଙ୍ଖ ଫୁଙ୍କିଲେ ଅନୁଗୁଳ ପୂର୍ବତନ କଂଗ୍ରେସ ଜିଲ୍ଲା ସଭାପତି ବିପ୍ଳବ ଜେନା

ଭୁବନେଶ୍ୱର:ବିଜେଡିରେ ସାମିଲ ହେଲେ ଅନୁଗୁଳ ଜିଲ୍ଲା କଂଗ୍ରେସ ସଭାପତି ବିପ୍ଳବ ଜେନା।କିଛି ଦିନ ତଳେ ଇସ୍ତଫା ଦେବା ସହ ଦଳ ଛାଡ଼ିଥିଲେ। ଶଙ୍ଖ ଭବନରେ ପାରମ୍ପରିକ ନୃତ୍ୟ ବାଦ୍ୟରେ ଅନୁଷ୍ଠିତ ହୋଇଥିଲା ମିଶ୍ରଣ ପର୍ବ। ବିପ୍ଳବଙ୍କ ସହ ୧୫ଶହ କଂଗ୍ରେସ ନେତା ମଧ୍ୟ ବିଜେଡିରେ ସାମିଲ ହୋଇଛନ୍ତି। ଅନୁଗୁଳ ଜିଲ୍ଲା କଂଗ୍ରେସ ସଭାପତି ଭାବେ ସେ ତାଙ୍କ ପିତା ସ୍ବର୍ଗତ ରମେଶ ଜେନା ଅନୁଗୁଳରୁ ଥରେ ବିଧାୟକ ଥିଲେ ।

ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ସମସ୍ତଙ୍କୁ ଦଳକୁ ସ୍ୱାଗତ କରିଛନ୍ତି ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । କଂଗ୍ରେସର ହାତ ଛାଡ଼ିବା ପରେ ସେ ଶାସକ ଦଳରେ ମିଶିବା ପାଇଁ ଆଗ୍ରହୀ ଥିବା ପ୍ରଣବ ପ୍ରକାଶ ଦାସଙ୍କୁ ଜଣାଇଥିଲେ। ଯାହା ପରେ ଦଳ ତାଙ୍କ ଆଗ୍ରହକୁ ଗ୍ରହଣ ମଧ୍ୟ କରିଛି। ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂ କହିଛନ୍ତି ଯେ, ବିପ୍ଳବ ଜଣେ ଲଢୁଆ ନେତା, ନବୀନ ପଟ୍ଟନାୟକଙ୍କ ୨୪ ବର୍ଷର ବିକାଶ ଯାତ୍ରାରେ ଅନୁପ୍ରାଣିତ ହୋଇ ବିପ୍ଳବ ଜେନା ବିଜେଡିରେ ମିଶିଛନ୍ତି । ତାଙ୍କ ସହ ମିଶି ଅନୁଗୁଳ ବିକାଶକୁ ଆଗକୁ ନେବାକୁ ସେ ସୂଚନା ଦେଇଛନ୍ତି । ବିପ୍ଳବ ଜେନା ମଧ୍ୟ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଦୁଇ ଦିନ ତଳେ ବିଜେଡିରେ ମିଶିବାକୁ ନିଷ୍ପତ୍ତି ହୋଇଥିବା ସେ କହିଛନ୍ତି ।

ରାଜ୍ୟ ରାଜନୀତିର ଛକାପଞ୍ଝା ମଧ୍ୟରେ ପାଖେଇ ଆସୁଛି ଦିନ। ଦଳ ବଦଳ ରାଜନୀତି ମଧ୍ୟରେ କଂଗ୍ରେସ ଛାଡ଼ିଥିବା ପୂର୍ବତନ ରାଜନଗର ବିଧାୟକ ତଥା ପୂର୍ବତନ କେନ୍ଦ୍ରାପଡ଼ା କଂଗ୍ରେସ ଜିଲ୍ଲା ସଭାପତି ଅଂଶୁମାନ ମହାନ୍ତି ଦୁଇ ଦିନ ତଳେ ବିଜେଡିରେ ଯୋଗ ଦେଇଥିଲେ।

ସମସ୍ତଙ୍କୁ ଦଳକୁ ସ୍ୱାଗତ କରିଛନ୍ତି ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ। ସେ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଯେ ନିରବଛିନ୍ନ ଭାବେ ଓଡ଼ିଶାକୁ ଗଢି ତୋଳିବାର ପ୍ରୟାସ, ମହିଳା ସଶକ୍ତିକରଣ, ଖାଦ୍ୟ ନିରାପତ୍ତା, ଛାତ୍ର, ଚାଷୀଙ୍କୁ ବିକାଶ ପରି ସବୁ କ୍ଷେତ୍ରରେ ଭାରତବର୍ଷ ପାଇଁ ଦିଗଦର୍ଶନ ପାଲଟିଛନ୍ତି। ତେଣୁ ୨୪ ବର୍ଷରୁ ନିଜ କାର୍ଯ୍ୟକ୍ରମ ପାଇଁ ସେ ଏକ ନମ୍ବର ହୋଇ ରହିଛନ୍ତି। ବିପ୍ଳବ ଜଣେ ଶ୍ରମିକ ନେତା। ବିଜେଡିରେ ମିଶିଲେ ଦଳ ଆହୁରି ଶକ୍ତିଶାଳୀ ହେବ ବୋକୀ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଣବ ଜଣାଇଥିଲେ। ବିପ୍ଳବ ମଧ୍ୟ ନିଜ ଆଡୁ ମିଶିବାକୁ କହିଥିଲେ। ଯାହାକୁ ମୁଖ୍ୟମନ୍ତ୍ରୀ ଗ୍ରହଣ କରିଛନ୍ତି। ଅନୁଗୁଳ ବିଧାୟକଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଏକ ସମନ୍ୱୟ କମିଟି କରି ବିପ୍ଳବଙ୍କ ସହ ମିଶି କାମ କରିବାକୁ। ଦଳକୁ ଆସିଥିବା ନେତାମାନଙ୍କ ସମ୍ମାନ ଅକ୍ଷୁର୍ଣ୍ଣ ରହିବା ନେଇ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପକ୍ଷରୁ ପ୍ରଣବ ଜଣାଇଛନ୍ତି।

Leave A Reply

Your email address will not be published.