Latest Odisha News

BREAKING NEWS

ବାଲେଶ୍ବର: ପୋଲିସକୁ ଆକ୍ରମଣ ଘଟଣାରେ ୧୩ ଅଟକ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାସ୍ଥିତ ବାଲିଆପାଳ ଆଇଆଇସି ପ୍ରଭୁ କଲ୍ୟାଣ ଆଚାର୍ଯ୍ୟଙ୍କୁ ଆକ୍ରମଣ କରିବା ଏହି ଘଟଣାରେ ପୋଲିସ ଗୁରୁବାର ଦିନ ପ୍ରାୟ ୧୩ ଜଣକୁ ଅଟକ ରଖିଛି ।

ମିଳିଥିବା ସୂଚନାନୁଯାୟୀ ଗତକାଲି ବିଳମ୍ବିତ ରାତିରେ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ଏହି ବ୍ୟକ୍ତିମାନଙ୍କୁ ଧରିଥିଲା । ଅଟକ ବ୍ୟକ୍ତିମାନଙ୍କୁ ରୁପସା ଥାନାରେ ଜେରା କରାଯାଉଥିବା ନେଇ ଜଣାପଡିଛି ।

ସୂଚନାଯୋଗ୍ୟ, ଜୁଲାଇ ୨୬ ତାରିଖ ଦିନ ବାଲିଆପାଳ-ବସ୍ତା ରୋଡସ୍ଥିତ ଇଡକୋ ଛକ ନିକଟରେ ଥିବା ଏକ ଢାବାରେ ଜଣେ ନାବାଳକର ରହସ୍ୟଜନକ ଭାବେ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଥିଲା । ସୂଚନା ପାଇ ଆଇଆଇସି ଘଟଣାସ୍ଥଳରେ ପହଞ୍ଚିବା ପରେ ଉତ୍ତେଜିତ ସ୍ଥାନୀୟ ଲୋକେ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବା ଲାଗି ଦାବି କରିଥିଲେ । ପରବର୍ତ୍ତୀ ସମୟରେ କୌଣସି କାରଣବଶତଃ ସେମାନେ ଆଇଆଇସି ପ୍ରଭୁ କଲ୍ୟାଣ ଆଚାର୍ଯ୍ୟଙ୍କୁ ଗୋଡାଇ ଗୋଡାଇ ପିଟିଥିବା ଜଣାପଡିଛି ।

ଆହୁରି ମଧ୍ୟ ଏହି ଘଟଣା ପରେ ବାଲିଆପାଳ ଥାନାଧିକାରୀଙ୍କୁ ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇ ତାଙ୍କ ସ୍ଥାନରେ ରେମୁଣା ଆଇଆଇସି ରଞ୍ଜିତ ସାହୁଙ୍କୁ ନିଯୁକ୍ତ କରାଯାଇଥିଲା ।

Leave A Reply

Your email address will not be published.