Latest Odisha News

BREAKING NEWS

ହକି ଖେଳାଳି ରାନୀ ରାମପାଲଙ୍କ ନାମରେ ନାମିତ ହେଲା ରାୟବରେଲୀ ଷ୍ଟାଡିୟମ

ରାୟବରେଲୀ: ଭାରତର ଷ୍ଟାର ମହିଳା ହକି ଖେଳାଳି ରାନୀ ରାମପଲଙ୍କ ନାମରେ ରାୟବରେଲୀ ହକି ଷ୍ଟାଡିୟମର ନାମ ରଖାଯାଇଛି । ପ୍ରଥମ ଥର ପାଇଁ କୌଣସି ମହିଳା ହକି ଖେଳାଳିଙ୍କ ନାମରେ ଷ୍ଟାଡିୟମ ନିର୍ମିତ ହୋଇଛି । ରାନୀ ସୋସିଆଲ ମିଡିଆରେ ଏ ସମ୍ପର୍କରେ ପ୍ରଂସକଙ୍କୁ ସୂଚନା ଦେଇଛନ୍ତି । ମୋ ପାଇଁ ଏହାଠାରୁ ବଡ କଥା ଆଉ କଣ ହୋଇପାରେ ବୋଲି ସେ କହିଛନ୍ତି । ତେବେ ମୁଁ ଏହି ଷ୍ଟାଡିୟମ ଭାରତୀୟ ମହିଳା ହକି ଟିମକୁ ସମର୍ପିତ କରୁଛି । ଏହା ନିଶ୍ଚିତ ଭାବେ ଆଗାମୀ ଦିନରେ ମହିଳା ଖେଳାଳିଙ୍କୁ ପ୍ରୋତ୍ସାହନ ଯୋଗାଇବ ବୋଲି ରାନୀ କହିଛନ୍ତି ।

ଚଳିତ ବର୍ଷ ସେ ଦକ୍ଷିଣ ଆଫ୍ରିକା ଟିମରେ ସେ ଜାତୀୟ ଦଳକୁ ପ୍ରତ୍ୟାବର୍ତନ କରିଥିଲେ । ସେହିପରି ଏଫଆଇଏଚ ମହିଳା ହକି ପ୍ରୋ ଲିଗ ୨୦୨୧-୨୨ରେ ବେଲଜିୟମ ବିପକ୍ଷରେ ଖେଳିଥିଲେ । ଏହା ତାଙ୍କର ୨୫୦ତମ ଆନ୍ତର୍ଜାତୀୟ ମ୍ୟାଚ ଥିଲା । ୨୮ ବର୍ଷୀୟା ରାନୀ ଟୋକିଓ ଅଲିମ୍ପିକ୍ସ ପରେ ବାରମ୍ବାର ଆଘାତ ସମସ୍ୟାରେ ପଡିବା ଯୋଗୁ ତାଙ୍କ ଆନ୍ତର୍ଜାତୀୟ କ୍ୟାରିୟରରେ ବାଧା ସୃଷ୍ଟି ହେଉଛି ।

Leave A Reply

Your email address will not be published.