ମୁମ୍ବାଇ: ୨୦୦୮ରେ ଅମିତାଭ ବଚ୍ଚନ ଅଭିନୀତ ଓ ବିବେକ ଶର୍ମା ନିର୍ଦ୍ଦେଶିତ ଭୂତନାଥ ବକ୍ସ ଅଫିସରେ ଭଲ ବ୍ୟବସାୟ କରିଥିଲା । ଏଥିରେ ଶାହାରୁଖ ଖାଁ ମଧ୍ୟ ଅଭିନୟ କରିଥିଲେ । ଏହାର ୬ ବର୍ଷ ପରେ ନୀତେଶ ତିୱାରୀ ଏହାର ଦ୍ୱିତୀୟ ସଂସ୍କରଣ ଆଣିଥିଲେ । ଏଥିରେ ମଧ୍ୟ ଅମିତାଭଙ୍କୁ ଭୂତ ରୂପେ ଦର୍ଶକ ପସନ୍ଦ କରିଥିଲେ । ନିର୍ମାତା ଭୂଷଣ କୁମାରଙ୍କ ଏହି ଫିଲ୍ମରେ ଶାହାରୁଖ କାମିଓ କରିଥିଲେ । ଏବେ ଭୂତନାଥର ତୃତୀୟ ସଂସ୍କରଣ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ନିର୍ମାତା ଭୂଷଣ କୁମାର ବିଧିବଦ୍ଧ ଭାବେ ଏହାର ଘୋଷଣା କରି ନ ଥିଲେ ମଧ୍ୟ ସ୍କ୍ରିପ୍ଟ କାର୍ଯ୍ୟ ଶେଷ ହୋଇଯାଇଛି ।
ଦର୍ଶକଙ୍କ ଏହି ଫ୍ରାଂଚାଇଜ ପ୍ରତି ଭରୋଷା ରହିଥିବାରୁ କାହାଣୀ ଉପରେ ଆମେ ବିଶେଷ ଭାବେ ଗୁରୁତ୍ୱ ଦେଉଛି ବୋଲି ନିର୍ମାତାଙ୍କ ପକ୍ଷରୁ କୁହାଯାଇଛି । ଅମିତାଭ ଓ ଶାହାରୁଖ ପୂନର୍ବାର ଅଭିନୟ କରିବେ ବୋଲି ସହମତି ପ୍ରଦାନ କରିଛନ୍ତି । ଏହି ହରର କମେଡିରେ ଦର୍ଶକ କିନ୍ତୁ ଭୂତକୁ ଭଲ ପାଇଁ ବସିଛନ୍ତି । ଏହା ଏବେ ପ୍ରାରମ୍ଭିକ ପର୍ଯ୍ୟାୟରେ ଥିବାରୁ ଆଗକୁ ଫିଲ୍ମ ନିର୍ମାଣ ହେଉଛି କି ନାହିଁ ତାହା ସମୟ କହିବ । ଫିଲ୍ମର ନିର୍ଦ୍ଦେଶନା କିଏ ଦେବ ତାହା ମଧ୍ୟ ଚୂଡାନ୍ତ ହୋଇନି ।
Comments are closed.