Latest Odisha News

BREAKING NEWS

ପାକିସ୍ତାନରେ ହୋଇପାରେ ଚାମ୍ପିୟନ୍ସ ଟ୍ରଫି କ୍ରିକେଟ: ରିପୋର୍ଟ

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଚାମ୍ପିୟନ୍ସ ଟ୍ରଫି କ୍ରିକେଟ ଆୟୋଜନ ହେବ । ଏ ପର୍ଯ୍ୟନ୍ତ ଆନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲ ଏହାର ଭେନ୍ୟୁ ଏବଂ କାର୍ଯ୍ୟସୂଚୀ ବିଧିବଦ୍ଧ ଭାବେ ଘୋଷଣା କରି ନାହିଁ । ଦି ଏକ୍ସପ୍ରେସ ଟ୍ରିବ୍ୟୁନରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଚାମ୍ପିୟନ୍ସ ଟ୍ରଫି ପାକିସ୍ତାନରେ ଆୟୋଜିତ ହୋଇପାରେ । ସୂଚନାଯୋଗ୍ୟ, ପାକିସ୍ତାନ ଏହାର ଆୟୋଜକ ଭାବେ ଆଗୁଆ ଘୋଷଣା ହୋଇସାରିଛି । ୧୦ରୁ ୧୨ ନଭେମ୍ବର ପର୍ଯ୍ୟନ୍ତ ଆଇସିସିର ଅଧିକାରୀମାନେ ଲାହୋର ଯିବେ । ଭଲ ଭାବେ ସବୁ କିଛି ଅନୁଧ୍ୟାନ କରିବା ପରେ ଏହାର ଭେନ୍ୟୁ ଏବଂ କାର୍ଯ୍ୟସୂଚୀ ଘୋଷଣା କରାଯିବ ।

ନଭେମ୍ବର ୧୧ରେ ଏହାର କାର୍ଯ୍ୟସୂଚୀ ଘୋଷଣା ହେବ ବୋଲି ଅନୁମାନ କରାଯାଉଛି । ପୂର୍ବରୁ ପ୍ରସ୍ତାବିତ କାର୍ଯ୍ୟସୂଚୀ ଅନୁସାରେ ଗ୍ରୁପ ଏରେ ଭାରତ, ପାକିସ୍ତାନ, ବାଂଲାଦେଶ ଓ ନ୍ୟୁଜିଲାଣ୍ଡ ଥିବା ବେଳେ ଗ୍ରୁପ ବିରେ ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ ଓ ଆଫଗାନିସ୍ତାନ ରହିଛନ୍ତି । ପାକିସ୍ତାନରେ ଗସ୍ତରେ ଭାରତ ଯିବ ବୋଲି ବିସିସିଆଇ ଏ ପର୍ଯ୍ୟନ୍ତ ହଁ ମାରି ନାହିଁ । ଯଦି ଭାରତ ଏହି ଗସ୍ତରେ ନ ଯିବ ତେବେ ହାଇବ୍ରିଡ ମଡେଲରେ ଏହାକୁ ଆୟୋଜନ କରାଯିବ ।

Comments are closed.