Latest Odisha News

BREAKING NEWS

ବିଜେପିରୁ ଇସ୍ତଫା ଦେଲେ ଭୃଗୁବକ୍ସି ପାତ୍ର

ଭୁବନେଶ୍ଵର: ବିଜେପିରୁ ଇସ୍ତଫା ଦେଲେ ଭୃଗୁବକ୍ସି ପାତ୍ର । ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା । ବିଜେପି ସଭାପତି ମନମୋହନ ସାମଲଙ୍କ ପାଖକୁ ପଠାଇଲେ ଇସ୍ତଫାପତ୍ର । ୨୦୧୯ରେ ବ୍ରହ୍ମପୁର ଲୋକସଭା ଆସନରୁ ଲଢିଥିଲେ ଭୃଗୁ । ଦୀର୍ଘ ୨୩ ବର୍ଷ ଧରି ଦଳର ଉନ୍ନତି ପାଇଁ ପ୍ରୟାସ ଜାରି ରଖିଥିବା ବେଳେ ରାଜ୍ୟ ବିଜେପିର ଉପସଭାପତି ପଦରେ ମଧ୍ୟ ଥିଲେ ଭୃଗୁବକ୍ସି ପାତ୍ର ।

ତେବେ ୨୦୨୪ରେ ତାଙ୍କୁ ଟିକେଟ ନମିଳିବାରୁ ଅସନ୍ତୋଷ ବ୍ୟକ୍ତ କରି ସେ ଦଳ ଛାଡିଥିବା କୁହାଯାଉଛି। ସେ ଇସ୍ତଫା ପତ୍ରରେ ଲେଖିଛନ୍ତି, ମୁଁ ଗତ ୨୩ ବର୍ଷ ଧରି ଜଣେ ସଭ୍ୟ ଭାବେ ରାଜ୍ୟରେ ଦଳର ଉନ୍ନତି ପାଇଁ ସମସ୍ତ ପ୍ରୟାସ କରିଛି। ଦଳ ଦେଇଥିବା ସମସ୍ତ ଦାୟିତ୍ବକୁ ଅତ୍ୟନ୍ତ ନିଷ୍ଠା, ପରିଶ୍ରମ ଏବଂ ସ୍ଥିରତାର ସହିତ ତୁଲାଇଛି। ବିଭିନ୍ନ ସାଙ୍ଗଠନିକ ଏବଂ ରାଜନୈତିକ କାର୍ଯ୍ୟ ବୃଦ୍ଧି କରିବାରେ ଦଳ ମୋ ଉପରେ ଆସ୍ଥା ରଖିଥିବାରୁ ମୁଁ ଦଳ ପ୍ରତି କୃତଜ୍ଞ ।

କିନ୍ତୁ ଗତ କିଛି ଦିନ ହେଲା ଦଳରେ ମୋର କିମ୍ବା ମୋ ସେବାର ଆବଶ୍ୟକତା ଆଉ ନାହିଁ ବୋଲି ଉପଳବ୍ଧି କଲି । ତେଣୁ ଆଗକୁ ବଢିବା ପାଇଁ ସ୍ଥିର କଲି । ଲୋକଙ୍କର ସେବା ଏବଂ ଓଡିଶାର ବିକାଶରେ ନିଜର ବଜାୟ ରଖିବି ବୋଲି ସେ ନିଜ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି । ତେବେ ତାଙ୍କର ଆଗାମୀ କାର୍ଯ୍ୟପନ୍ଥା କଣ ହେବ ତାହା ନେଇ ଏବେ କୌଣସି ସ୍ପଷ୍ଟ ସୂଚନା ମିଳିନଥିବା ବେଳେ ଖୁବଶୀଘ୍ର ଭୃଗୁ ବକ୍ସିପାତ୍ର ବିଜେଡିରେ ସାମିଲ ହେବେ ବୋଲି ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.