Latest Odisha News

BREAKING NEWS

ରାଜ୍ୟସଭାରୁ ଅବସରନେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ

ନୂଆଦିଲ୍ଲୀ: ରାଜ୍ୟସଭାରୁ ଅବସର ନେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ । ମଙ୍ଗଳବାର ଓ ବୁଧବାର ଅର୍ଥାତ୍ ଆଜି କୁ ମିଶାଇ ମନମୋହନ ସିଂ ଙ୍କ ସମେତ ମୋଟ ୫୪ ଜଣ ସାଂସଦଙ୍କ ସମେତ ୯ ଜଣ କେନ୍ଦ୍ରମନ୍ତ୍ରୀଙ୍କ କାର୍ଯ୍ୟକାଳ ଶେଷ ହେଉଛି । ଗତକାଲି ୪୯ ଜଣ ରାଜ୍ୟସଭା ସାଂସଦ ଅବସର ନେଇଥିବା ବେଳେ ଆଜି ଆଉ ୫ ଜଣ ଅବସର ଗ୍ରହଣ କରିବେ ।

୧୯୯୧ ଅକ୍ଟୋବରରେ ପ୍ରଥମ ଥର ପାଇଁ ଗୃହର ସଦସ୍ୟ ହୋଇଥିଲେ ମନମୋହନ ସିଂ । ସେ ୧୯୯୧ରୁ ୧୯୯୬ ପର୍ଯ୍ୟନ୍ତ ନରସିଂହ ରାଓ ସରକାରରେ ଅର୍ଥମନ୍ତ୍ରୀ ଏବଂ ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଥିଲେ । ସେ ଦେଶର ଅର୍ଥନୀତିରେ ଅନେକ ସଂସ୍କାର ଆଣିଛନ୍ତି । ଦୀର୍ଘ ୩୩ ବର୍ଷ ଧରି ତାଙ୍କର ସଂସଦୀୟ ଇନିଂସ ଶେଷ ହୋଇଛି । ସେହିପରି ଦଳର ମୁଖ୍ୟ ସୋନିଆ ଗାନ୍ଧୀ ପ୍ରଥମ ଥର ପାଇଁ ରାଜ୍ୟ ସଭାରେ ପ୍ରବେଶ କରିବେ ।

ମନମୋହନ ସିଂହ ଙ୍କ ଅବସର ସମୟରେ ଭାବବିହ୍ୱଳ ହୋଇପଡିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାଡଗେ । ମଲ୍ଲିକାର୍ଜୁନ, ମନମୋହନଙ୍କୁ ଏକ ଚିଠି ଲେଖିଛନ୍ତି । ସେ କହିଛନ୍ତି, ‘ବର୍ତ୍ତମାନ ଆପଣ ଆଉ ରାଜ୍ୟ ସଭାରେ ରହିବେ ନାହିଁ । ଏଥିସହ ସକ୍ରିୟ ରାଜନୀତିରୁ ଅବସର ନେଉଛନ୍ତି । ତଥାପି ଦେଶବାସୀଙ୍କ ପାଇଁ ସ୍ବର ଉତ୍ତୋଳନ ଜାରି ରଖିବେ’।

Leave A Reply

Your email address will not be published.