ଭୁବନେଶ୍ୱର: ମଙ୍ଗଳବାର ସିଆରପି ଛକ ଗୁଳିମାଡ ଘଟଣାରେ ଚାଞ୍ଚଲ୍ୟକର ଖୁଲାସା। ସ୍ପୋର୍ଟସ ସୁଟରଙ୍କ ବନ୍ଧୁକରୁ ଛାତ୍ର କଂଗ୍ରେସ ନେତାଙ୍କୁ ଉପରକୁ ଗୁଳିମାଡ ହୋଇଥିଲା। ଘଟଣାର ଛାନଭିନ କରି ଜଣେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ। ଅଭିଯୁକ୍ତ ଜଣଙ୍କ ହେଲେ ସିଆରପି ଅଞ୍ଚଳରେ ରହୁଥିବା ଜଣେ ସ୍ପୋର୍ଟସ ସୁଟରଙ୍କ ସ୍ୱାମୀ। ତାଙ୍କ ନାଁ ବିନୟ ଆଚାର୍ଯ । ତାଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।
ତେବେ ପୋଲିସ ଜାଣିବାକୁ ପାଇଛି ମଙ୍ଗବାର ସନ୍ଧ୍ୟାରେ ସିଆରପି ଛକରେ ବିନୟ ଆଚାର୍ଯ୍ୟ ଓ ଛାତ୍ର କଂଗ୍ରେସ ନେତା ବିଭୁ ପ୍ରସାଦ ଜେନାଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଯେହେତୁ ପୂର୍ବରୁ ଦେବୀ ପୂଜା ସମୟରେ ବିଭୁର ଭାଇ ବିନୟକୁ ଆକ୍ରମଣ କରିଥିଲେ। ତେଣୁ ଏହି ପ୍ରସଙ୍ଗରେ ପୁରୁଣା ରାଗ ବିନୟ ରଖିଥିଲା।
ତେବେ ପୂର୍ବ ଶତୃତା ନେଇ ରାଗ ରଖିଥିବା ବିନୟ ଆଚାର୍ଯ୍ୟ ସହ ଗଣ୍ଡଗୋଳ ବେଳେ ରାଗି ଯାଇଥିଲା ବିନୟ ଏନେଇ ଛାତ୍ର ନେତା ବିଭୁ ଉପରକୁ ଗୁଳିମାଡ କରିଥିଲା। ଯାହାକୁ ନେଇ ଗତକାଲି ଥାନାରେ ବିଭୁ ଅଭିଯୋଗ ରିଥିଲେ।ପରେ ପୋଲିସ ଘଟଣାର ଅଭିଯୁକ୍ତ ଗିରଫ ପରେ ଜାଣିବାକୁ ପାଇଲା ଗୁଳିମାଡ କରିଥିବା ଅଭିଯୁକ୍ତ ନ୍ୟାସନାଲ ସାର୍ପ ସୁଟର ସ୍ଥିତ ପ୍ରଜ୍ଞା ରାୟଙ୍କ ସ୍ୱାମୀ। ଯାହାଙ୍କ ନାଁରେ ଏକ ପଏଣ୍ଟ ଟୁଟୁ କ୍ୟାଲିବର ଏକ ବନ୍ଧୁକ ଗତ ୧୮ ଜୁନ ୨୦୨୧ରେ ଲାଇସେନ୍ସ ପାଇଥିଲେ।
ସେହି ବନ୍ଧୁକରେ ବିନୟ ଆଚାର୍ଯ୍ୟ ତାଙ୍କ ପତ୍ନୀଙ୍କ ବନ୍ଧୁକରେ ଛାତ୍ର ନେତାଙ୍କ ଉପରକୁ ଗୁଳିମାଡ କରିଥିଲେ। ଏନେଇ ପୋଲିସ ବନ୍ଧୁକ ଲାଇସେନ୍ସ ବାତିଲ ପାଇଁ ଚିଠି ଲେଖିବ ବୋଲି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ କହିଛନ୍ତି।
କାରଣ ଜଣେ ସ୍ପୋର୍ଟସ ପର୍ସନଙ୍କ ନାଁରେ ବନ୍ଧୁକ ଲାଇସେନ୍ସ ପାଇବା ପରେ ତାକୁ କିପରି ଅପବ୍ୟବହାର କରି ଏଭଳି ସର୍ବସାଧାରଣରେ ଆତଙ୍କ ସୃଷ୍ଟି କରାଗଲା ତାକୁ ନେଇ ଏବେ ପ୍ରଶ୍ନ ଉଠିଛି। ପୋଲିସ ବନ୍ଧୁକ ଓ ଗୁଳି ଜବତ କରିଛି।
Comments are closed.