Latest Odisha News

ଋଷିଆ ସାହିତ୍ୟିକ ଫିଓଡର ମିଖାଇଲୋଭିଚ୍ ଦସ୍ତୋଭସ୍କିଙ୍କ ଜୟନ୍ତୀ

ଭୁବନେଶ୍ୱର: କିମ୍ବଦନ୍ତୀ ଋଷିଆ ସାହିତ୍ୟିକ ଫିଓଡର ମିଖାଇଲୋଭିଚ୍ ଦସ୍ତୋଭସ୍କିଙ୍କ ଜୟନ୍ତୀ ପାଳନ ହୋଇଛି । ଭୁବନେଶ୍ୱର କ୍ଲବ ପରିସରରେ ଏହି ଦ୍ୱିଶତବାର୍ଷିକୀ ଜୟନ୍ତୀ ଗୁରୁବାର ପାଳିତ ହୋଇଯାଇଛି । ଜଣେ ବିଶିଷ୍ଟ ସାହିତ୍ୟିକାର ଭାବେ ତାଙ୍କର ବେଶ ଦବଦବା ରହିଥିଲା ।

କାଫ୍‌କା ଓ କାମ୍ୟୁସ୍‌ଙ୍କଠାରୁ ଆରମ୍ଭ କରି ବାସ୍ତବତାବାଦୀ ଲରେନ୍‌ସ୍ ଓ ହେମିଙ୍ଗୱେ,  ଫ୍ରେଡେରିକ୍ ନୀଚାଙ୍କ ଭଳି ମହାନ୍ ଦାର୍ଶନିକ ଓ ଆଇନ୍‌ଷ୍ଟାଇନ୍‌ଙ୍କ ଭଳି ବିଖ୍ୟାତ ବୈଜ୍ଞାନିକ ତାଙ୍କୁ ଆପଣାର  ଗୁରୁ ହିସାବରେ ଗ୍ରହଣ କରିଛନ୍ତି । ଦସ୍ତୋଭସ୍କିଙ୍କୁ ଆଧୁନିକ ଉପନ୍ୟାସ ସାହିତ୍ୟର ଜନକର ମାନ୍ୟତା ଦିଆଯାଇଥାଏ ।

ମଣିଷର ଚରିତ୍ର ସମ୍ପର୍କରେ ଗଭୀର ମନସ୍ତାତ୍ତ୍ୱିକ ଅନୁଶୀଳନ, ଜୀବନ ଓ ତହିଁରେ ମଣିଷର ସ୍ଥିତି ସଂପର୍କରେ ଦାର୍ଶନିକ ଅବବୋଧ ମାଧ୍ୟମରେ ଦସ୍ତୋଭସ୍କି ଉପନ୍ୟାସ କଳାର ଏକ ନୂତନ ଦିଗନ୍ତ  କହିଲେ ଅତ୍ୟୁକ୍ତି ହେବନି ।

ଏହି କାର୍ଯ୍ୟକ୍ରମରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ । ହରପ୍ରସାଦ ଦାସ ଙ୍କଠାରୁ ନେଇ ପ୍ରଫେସର ଯତୀନ୍ଦ୍ର କୁମାର ନାୟକ, ପ୍ରଫେସର ଦୀପ୍ତି ପଟ୍ଟନାୟକ, ଶ୍ରୀ ଶ୍ୟାମ ପ୍ରସାଦ ଚୌଧୁରୀ ଓ ସଂଗ୍ରାମ ଜେନାଙ୍କ ଭଳି ବିଶିଷ୍ଟ ସାହିତ୍ୟିକମାନେ ସାମିଲ ହୋଇଥିଲେ ।

ଏହି ଅବସରରେ ଦସ୍ତୋଭସ୍କିଙ୍କ ଉପନ୍ୟାସଗୁଡ଼ିକର ନିର୍ବାଚିତ ଅଂଶ କ୍ଲବ୍ ର ମେମ୍ବର ପଢ଼ି ଶୁଣାଇଥିଲେ । ଶେଷରେ କ୍ଲବ୍ ର ସଭାପତି ସମସ୍ତ ଅଂଶଗ୍ରହଣକାରୀଙ୍କୁ ଧନ୍ୟବାଦ ଜଣାଇଥିଲେ ।

Leave A Reply

Your email address will not be published.