Latest Odisha News

ମହାରାଜ ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତି

ବାରିପଦା: ବଢ଼ୁଛି ଛାତ୍ର ଅଶାନ୍ତି। ବାରିପଦାର ମହାରାଜ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ କ୍ୟାମ୍ପସ୍ ଅଶାନ୍ତ ଥିବା ଦେଖିବାକୁ ମିଳିଛି। ୧୦ଦଫା ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଫାଟକରେ ତାଲା ପକାଇଲେ ଛାତ୍ରଛାତ୍ରୀ।

କରୋନା ମହାମାରୀ ସମୟରେ ସମସ୍ତଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିପଡ଼ିଛି। ବିଶ୍ୱବିଦ୍ୟାଳୟର କର୍ତ୍ତୃପକ୍ଷଙ୍କୁ ହଷ୍ଟେଲ ଫି ଛାଡ଼ କରିବାକୁ ବାରମ୍ବାର ଦାବି ହୋଇଛି। ମାତ୍ର କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି। ତେବେ ହଷ୍ଟେଲ ଫି ହ୍ରାସ ସହ ଛାତ୍ର ପରିଷଦ ଗଠନ, ୱାଇଫାଇ କ୍ୟାମ୍ପସ୍, ବାର୍ଷିକ ଉତ୍ସବ କରିବା ଆଦି ୧୦ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଛାତ୍ରଛାତ୍ରୀ। ଶୀଘ୍ର ଦାବି ପୂରଣ ନହେଲେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି କହିଛନ୍ତି ଛାତ୍ରଛାତ୍ରୀ।

Leave A Reply

Your email address will not be published.