Latest Odisha News

BREAKING NEWS

ରହସ୍ୟମୟୀ ରୁପକୁଣ୍ଡ ହ୍ରଦ, ଏଠାକୁ ଯିବାକୁ ଭୟ କରନ୍ତି ପର୍ଯ୍ୟଟକ..

ନୂଆଦିଲ୍ଲୀ : ଭାରତରେ ଅନେକ ରହସ୍ୟମୟୀ ସ୍ଥାନ ରହିଛି  ।  ପ୍ରତିଦିନ ବହୁ ଲୋକ ଏଠାକୁ ଯାତ୍ରା କରିଥାନ୍ତି  । କିନ୍ତୁ ଏହାର ରହସ୍ୟମୟୀ କାହାଣୀ ବିଷୟରେ ସମସ୍ତଙ୍କୁ ଜଣାନଥାଏ  ।  ଆସନ୍ତୁ ଜାଣିବା ସେମିତି ଏକ ହ୍ରଦ ସମ୍ପର୍କରେ  । ଏହି ହ୍ରଦଟି ଉତ୍ତରାଖଣ୍ଡରେ ରହିଛି  । ଯାହାର ନାମ ହେଉଛି ରୂପ କୁଣ୍ଡ  । ପ୍ରତିବର୍ଷ ହଜାର ହଜାର ଲୋକ ହିମାଳୟର ସୌନ୍ଦର୍ଯ୍ୟ ଉପଭୋଗ କରିବା ପାଇଁ ଯାଇଥାନ୍ତି । କିନ୍ତୁ ଏଠାରେ ଥିବା ରୂପ କୁଣ୍ଡ ପାଖରେ ଯେତେବେଳେ ପର୍ଯ୍ୟଟକମାନେ ପହଞ୍ଚନ୍ତି , ସେତେବେଳେ ସେମାନେ ଭୟଭୀତ ଅନୁଭବ କରନ୍ତି । ଏହି ହ୍ରଦକୁ ‘କଙ୍କାଳର ହ୍ରଦ’ ବୋଲି କୁହାଯାଏ ।

ରୁପକୁଣ୍ଡ ହ୍ରଦ ସମୁଦ୍ର ପତ୍ତନଠାରୁ ପ୍ରାୟ ୧୬.୫୦୦ ଫୁଟ ଉଚ୍ଚରେ ଅବସ୍ଥିତ । ହ୍ରଦଟି ଦେଖିବାକୁ ଖୁବ୍ ସୁନ୍ଦର କିନ୍ତୁ ଯେତେବେଳେ କେହି ଏହା ଭିତରକୁ ଚାହିଁ ଦେଖନ୍ତି ସେତେବେଳେ ସେମାନେ ଭୟରେ ଥରି ଉଠନ୍ତି । କାରଣ ଏହି ହ୍ରଦ ଭିତରେ ଶହ ଶହ କଙ୍କାଳ ପଡ଼ିଥିବାର ଦେଖାଯାଏ । ଯେତେବେଳେ ଗ୍ରୀଷ୍ମ ଋତୁରେ ବରଫ ତରଳିଯାଏ, ସେତେବେଳେ ହ୍ରଦ ଭିତରେ ଥିବା କଙ୍କାଳଗୁଡିକ ଦେଖାଯାଏ  । କିନ୍ତୁ ଶୀତଦିନେ ସେଗୁଡ଼ିକ ଦେଖାଯାଏ ନାହିଁ । ବ୍ରିଟିଶ ରେଞ୍ଜର୍ସ ପ୍ରଥମେ ୧୯୪୨ ମସିହାରେ ଏଠାରେ କଙ୍କାଳ ଦେଖିଥିଲେ ।

Leave A Reply

Your email address will not be published.