Latest Odisha News

BREAKING NEWS

Malkangiri Air Service:ସେପ୍ଟେମ୍ବର ୩ରୁ ମାଲକାନଗିରି-ଭୁବନେଶ୍ୱର ବିମାନ ସେବା ଆରମ୍ଭ

ଭୁବନେଶ୍ବର:ଆସନ୍ତା ସେପ୍ଟେମ୍ବର ୩ ତାରିଖରୁ ମାଲକାନଗିରିରୁ ବିମାନ ଉଡ଼ାଣ ଆରମ୍ଭ ହେବ । ମାଲକାନଗିରିରୁ ରାଜଧାନୀ ଭୁବନେଶ୍ୱରକୁ ସିଧାସଳଖ ବିମାନ ସେବା ଆରମ୍ଭ ହେବ ।
ଦୀର୍ଘ ଦିନର ପ୍ରତୀକ୍ଷା ପରେ ମାଲକାନଗିରି ଆକାଶପଥରେ ଯୋଡ଼ିହେବାକୁ ଯାଉଥିବାରୁ ଏହାକୁ ଜିଲ୍ଲାର ବିକାଶ ଯାତ୍ରାରେ ଏକ ଐତିହାସିକ ପଦକ୍ଷେପ ବୋଲି ଅଭିହିତ କରିଛନ୍ତି ଜିଲ୍ଲାବାସୀ।

ଖୁବଶୀଘ୍ର ଅଗ୍ରୀମ ଟିକଟ ପାଇଁ ଏକ ପୋର୍ଟଲର ଶୁଭାରମ୍ଭ କରାଯିବ ବୋଲି ଜିଲ୍ଲା ପ୍ରଶାସନ ସୂଚନା ଦେଇଛି।

ବିମାନ ସେବା ଆରମ୍ଭ ହେଲେ ମାଲକାନଗିରି ଜିଲ୍ଲାର ଯୋଗାଯୋଗ ବ୍ୟବସ୍ଥାରେ ଏକ ନୂଆ ଅଧ୍ୟାୟ ଯୋଡ଼ିହେବ। ଏହା ଦ୍ୱାରା ଜିଲ୍ଲାର ବ୍ୟବସାୟୀ, ଛାତ୍ରଛାତ୍ରୀ, ରୋଗୀ, ସରକାରୀ କର୍ମଚାରୀଙ୍କ ସମେତ ବିଭିନ୍ନ ବର୍ଗର ଲୋକେ ଉପକୃତ ହେବେ।

ବିଶେଷକରି ପର୍ଯ୍ୟଟନ, ବ୍ୟବସାୟ ଓ ଶିଳ୍ପ କ୍ଷେତ୍ରରେ ଏହାର ସକାରାତ୍ମକ ପ୍ରଭାବ ପଡ଼ିବ। ଜିଲ୍ଲାର ପ୍ରାକୃତିକ ସୌନ୍ଦର୍ଯ୍ୟ, ଜଳପ୍ରପାତ ଓ ଆଦିବାସୀ ସଂସ୍କୃତିକୁ ଦେଖିବା ପାଇଁ ବାହାର ଅଞ୍ଚଳର ପର୍ଯ୍ୟଟକଙ୍କ ଆଗମନ ମଧ୍ୟ ବଢ଼ିପାରେ।

Comments are closed.