Latest Odisha News

BREAKING NEWS

ଭୋଟ ଦେଲେ ଭୁବନେଶ୍ୱରର ୩ ମେୟର ପ୍ରାର୍ଥୀ : ସୁଲୋଚନା ଦାସ, ସୁନୀତି ମୁଣ୍ଡ ଓ ମଧୁସ୍ମିତା ଆଚାର୍ଯ୍ୟଙ୍କ ଭୋଟ ଗ୍ରହଣ

ଭୁବନେଶ୍ୱର: ଭୋଟ ଦେଲେ ବିଜେଡି ମେୟର ପ୍ରାର୍ଥୀ ସୁଲୋଚନା ଦାସ । ନୟାପଲ୍ଲୀ ଉତ୍କଳମଣି ସରକାରୀ ୟୁପି ସ୍କୁଲର ୪୦୭ ନମ୍ବର ବୁଥରେ ମତଦାନ କରିଛନ୍ତି ସୁଲୋଚନା । ନିଜ ସମର୍ଥକଙ୍କ ସହ ଆସି ଭୋଟ ଦେଇଥିଲେ ବିଜେଡି ମେୟର ପ୍ରାର୍ଥୀ । ୪୦୮ ନମ୍ବର ବୁଥରେ ଭୋଟ ଦେବାର କାର୍ଯ୍ୟକ୍ରମ ଥିବା ବେଳେ ଇଭିଏମ ତ୍ରୁଟି ପାଇଁ ୪୦୭ରେ ମତାଧିକାର ସାବ୍ୟସ୍ତ କରିଥିଲେ ସୁଲୋଚନା ।

ବିଜେପି ମେୟର ପ୍ରାର୍ଥୀ ସୁନୀତି ମୁଣ୍ଡ ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି । ଝାରପଡ଼ା ହାଇସ୍କୁଲରେ ମତଦାନ କରିଛନ୍ତି । ଦଳୀୟ କର୍ମୀଙ୍କ ସହ ଯାଇ ଭୋଟ ଦେଇଥିଲେ ବିଜେପି ମେୟର ପ୍ରାର୍ଥୀ ।

କଂଗ୍ରେସ ମେୟର ପ୍ରାର୍ଥୀ ମଧୁସ୍ମିତା ଆଚାର୍ଯ୍ୟ ମଧ୍ୟ ଭୋଟ ଦେଇଛନ୍ତି । ଆଇଆରସି ଭିଲେଜ ସରକାରୀ ପ୍ରାଥମିକ ବିଦ୍ୟାଳୟ ସେକ୍ଟର ୱାନର ୨୫୩ ନମ୍ବର ବୁଥରେ ମତଦାନ କରିଛନ୍ତି । ନିଜ ଦଳର ସମର୍ଥକଙ୍କ ସହ ଭୋଟ କେନ୍ଦ୍ରରେ ପହଂଚି ମତାଧିକାର ସାବ୍ୟସ୍ତ କରିଛନ୍ତି ।

Leave A Reply

Your email address will not be published.