ଭୁବନେଶ୍ୱର: ରେକର୍ଡ ଭାଙ୍ଗୁଛି ରାଜଧାନୀ, ଜାନୁଆରୀରେ ବଢ଼ୁଛି ତାତି । ଭୁବନେଶ୍ୱରରେ ପାରଦ ଡେଇଁଲା ୩୪ ଡିଗ୍ରୀ । ରାଜଧାନୀ ଭୁବନେଶ୍ୱରରେ ତାତି ୧୬ ବର୍ଷର ରେକର୍ଡ ଭାଙ୍ଗିଛି । ଆଜି ଭୁବନେଶ୍ୱରର ସର୍ବୋଚ୍ଚ ଦିନ ତାପମାତ୍ରା ୩୪.୨ ଡିଗ୍ରୀ ରେକର୍ଡ ହୋଇଥିବା ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ।
ରାଜଧାନୀ #Bhubaneswar ରେ ଆଜି ଦିନ ତାପମାତ୍ରା 34.2°C ରେକର୍ଡ,
ରେକର୍ଡ ହେଲା ଜାନୁଆରୀ ମାସର ନବମ ସର୍ବାଧିକ ତାପମାତ୍ରାଜାନୁଆରୀ ରେ ସର୍ବକାଳୀନ ରେକର୍ଡ: 35.8°C, 31 ଜାନୁଆରୀ 2007 pic.twitter.com/m8TcMqp2Ny
— usd (@usd0705) January 26, 2023
ଚଳିତ ଜାନୁଆରୀ ମାସରେ ଆଜି ସର୍ବାଧିକ ତାପମାତ୍ରା ରେକର୍ଡ ହୋଇଛି ନବମଥର ପାଇଁ । ଏହା ପୂର୍ବରୁ ୨୦୦୭ ଜାନୁଆରୀ ୩୧ ତାରିଖରେ ରାଜଧାନୀରେ ପାରଦ ୩୫.୮ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଥିଲା । ଯାହାକି ସର୍ବକାଳୀନ ରେକର୍ଡ ହୋଇ ରହିଛି ।
ଜାନୁଆରୀ ୨୩ ତାରିଖରେ ଭୁବନେଶ୍ୱରର ସର୍ବୋଚ୍ଚ ଦିନ ତାପମାତ୍ରା ୩୨.୮ ଡିଗ୍ରୀ ରହିଥିବା ବେଳେ ୨୪ ତାରିଖରେ ପାରଦ ୩୩.୫ ଡିଗ୍ରୀ, ୨୫ ତାରିଖରେ ୩୨.୯ ଡିଗ୍ରୀ ରେକର୍ଡ ହୋଇଥିଲା । ଆଉ ଆଜି ୨୬ ତାରିଖରେ ପାରଦ ୩୪ ଡିଗ୍ରୀ ଅତିକ୍ରମ କରିଛି ।
Comments are closed.