Latest Odisha News

BREAKING NEWS

ରାମଦେବ କହିଲେ ୪ ଭାଗରେ ପାକିସ୍ତାନ ଭାଗ ହେବ

ହରିଦ୍ୱାର: ଗଣତନ୍ତ୍ର ଦିବସ ଅବସରରେ ହରିଦ୍ୱାରରେ ବାବା ରାମଦେବଙ୍କ ଏକ ବୟାନ ପୁନର୍ବାର ଚର୍ଚ୍ଚାର ପରିସରକୁ ଆସିଛି । ପତଞ୍ଜଳୀ ଯୋଗପୀଠରେ ଆୟୋଜିତ ଗଣତନ୍ତ୍ର ଦିବସ ଉତ୍ସବ ଅବସରରେ ସେ କହିଛନ୍ତି ପାକିସ୍ତାନ ୪ ଭାଗରେ ଭାଗ ହୋଇଯିବ । ପାକିସ୍ତାନଠାରୁ ବେଲୁଚିସ୍ତାନ ଅଲଗା ହୋଇ ସ୍ୱତନ୍ତ୍ର ଦେଶ ହେବ । ପିଓକେ ଓ ପଂଜାବ ଭାରତରେ ବିଲୟ ହେବ । ପାକିସ୍ତାନ ଏକ ଛୋଟ ଦେଶଟିଏ ହୋଇ ରହିଯିବ । ଆମର ଅଖଣ୍ଡ ଭାରତ ସ୍ୱପ୍ନ ସାକାର ହେବାକୁ ଯାଉଛି । ରାମାୟଣ, ଭଗବତ ଗୀତା, ବେଦ ଓ ଉପନିଷଦକୁ କଳଙ୍କିତ କରିବା ପାଇଁ ଉଦ୍ୟମ କରାଯାଉଛି । ଏହା ପଛରେ ଆନ୍ତର୍ଜାତୀୟ ଷଡଯନ୍ତ୍ର ରହିଛି ।

ଦେଶରେ ଆମ ବିରୋଧରେ ଧାର୍ମିକ ଆତଙ୍କବାଦ ଚଳାଯାଉଛି । ଆମକୁୁ ଏ ନେଇ ଲଢ଼ିବାକୁ ପଡିବ ବୋଲି ବୋଲି ରାମଦେବ କହିଛନ୍ତିି । ପାକିସ୍ତାନ, ଚୀନ ଆମ ଉପରେ ସର୍ବଦା ଆଖି ରଖିଛନ୍ତି । ବିଶ୍ୱ ରାଜନୀତିରେ ବହୁତ କିଛି ବଦଳୁଛି । ଭାରତରେ ମଧ୍ୟ ସ୍ଥିତି ଭଲ ହେବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.