Latest Odisha News

କୋଭିଡ୍‌ ଟିକାକରଣରେ ରେକର୍ଡ କଲା ଭୁବନେଶ୍ୱର

ଭୁବନେଶ୍ୱର: କୋଭିଡ-୧୯ ଟିକାକରଣରେ ରେକର୍ଡ କଲା ରାଜଧାନୀ ଭୁବନେଶ୍ବର। ଟିକାକରଣ ଅଭିଯାନରେ ବଡ଼ ସଫଳତା ହାସଲ କରିଛି ରାଜଧାନୀ ଭୁବନେଶ୍ବର। ଏହା ବ୍ୟତୀତ ୩୬,୦୯୦ ସ୍ୱାସ୍ଥ୍ୟ କର୍ମୀ ପ୍ରଥମ ଡୋଜ ଗ୍ରହଣ କରିଛନ୍ତି ଏବଂ ୩୨,୬୧୪ ଦ୍ୱିତୀୟ ଡୋଜ ନେଇଛନ୍ତି। ଫ୍ରଣ୍ଟଲାଇନ କର୍ମଚାରୀଙ୍କ ମଧ୍ୟରେ ୫୬,୩୨୫ ଜଣ ପ୍ରଥମ ଡୋଜ ଟିକା ଗ୍ରହଣ କରିଥିବା ବେଳେ ୪୯,୪୨୧ ଜଣ ଦ୍ବିତୀୟ ଡୋଜ ଟିକା ନେଇଛନ୍ତି।

୧୮ରୁ ୪୪ ବର୍ଷ ବର୍ଗଙକ ମଧ୍ୟରେ ୭,୦୦,୪୩୭ ଲୋକ ପ୍ରଥମ ଡୋଜ ଟିକା ଗ୍ରହଣ କରିଛନ୍ତି ଏବଂ ୫,୩୨,୯୧୩ ଲୋକ ଦ୍ୱିତୀୟ ଡୋଜ ଟିକା ନେଇଥିବା ଜଣାପଡ଼ିଛି।

ସେହିପରି, ୪୫ରୁ ୫୯ ବୟସ ବର୍ଗଙ୍କ ମଧ୍ୟରେ ୨,୮୮,୭୭୮ ଲୋକ ପ୍ରଥମ ଡୋଜ ନେଇଥିବା ବେଳେ ୨,୩୭,୬୫୩ ଜଣ ଦ୍ୱିତୀୟ ଡୋଜ ଟିକା ନେଇଛନ୍ତି।

ଏହା ବ୍ୟତୀତ, ୬୦ରୁ ଅଧିକ ବୟସଙ୍କ ମଧ୍ୟରେ ୧,୪୫,୯୧୨ ଲୋକ ପ୍ରଥମ ଡୋଜ ଟିକା ନେଇଥିବା ବେଳେ ୧,୨୧,୬୧୮ ଜଣ ଦ୍ୱିତୀୟ ଡୋଜ ଟିକା ନେଇଛନ୍ତି।

Leave A Reply

Your email address will not be published.