ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୩୨ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି।
ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମସି)।
Update on newly detected & cured #COVID19 cases in the last 24 hrs under the BMC area on 9th July 2020(till 9am).
Further contact tracing is still continuing.
Primary contacts & nearby houses are being quarantined, sanitised & will be under active surveillance. pic.twitter.com/qBBIkeq5K4— BMC (@bmcbbsr) July 9, 2020
ପ୍ରାପ୍ତ ସୂଚନାନୁଯାୟୀ ସମ୍ପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରେ ୧୪ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରର ଏବଂ ୧୮ଟି ସ୍ଥାନୀୟ ମାମଲା ରହିଛି । ତନ୍ମଧ୍ୟରୁ ଜଣେ ରେଳ କର୍ମଚାରୀ ଓ ସେଣ୍ଟ୍ରାଲ୍ ସରକାରୀ ହସ୍ପିଟାଲର ଜଣେ କର୍ମଚାରୀ ରହିଛନ୍ତି।
ସେହିପରି ୧୮ ସ୍ଥାନୀୟ ମାମଲା ନୟାପଲ୍ଲୀ, ଭୀମଟାଙ୍ଗି, ଚନ୍ଦ୍ରଶେଖରପୁର, ବରମୁଣ୍ଡା, ଗଙ୍ଗାନଗର ଅଞ୍ଚଳ, ନୂଆଗାଁ, ବାପୁଜି ନଗର, ଜୟଦେବ ବିହାର, ନଖରା, ଭରତପୁର, ରସୁଲଗଡ, ଓ ସାମପୁର ଗାଁରୁ ବାହାରିଛି।
ଉଲ୍ଲେଖଯୋଗ୍ୟ, ଭୁବନେଶ୍ୱରରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୫୭ ରହିଛି । ସେଥିମଧ୍ୟରେ ୨୪୭ଟି ସକ୍ରିୟ ମାମଲା ରହିଥିବା ବେଳେ ୩୦୨ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଏହାଛଡା ୭ ଜଣଙ୍କର ମୃତ୍ୟୁ ଘଟିଛି।
Comments are closed.