Latest Odisha News

BREAKING NEWS

ଚିନ୍ତା ବଢ଼ାଇଲାଣି ସ୍ଥାନୀୟ ସଂକ୍ରମଣ, ପୁଣି ଭୁବନେଶ୍ୱରରେ ୪୬ ପଜିଟିଭ

ଭୁବନେଶ୍ୱର: ଆଜି ରାଜଧାନୀ ଭୁବନେଶ୍ୱରରେ ପୁଣି ୪୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨ଜଣ କ୍ୱାରେଣ୍ଟିନ ସେଣ୍ଟରରୁ ଓ ୨୪ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଏହାସହ ୧୮ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି । ଏନେଇ ବିଏମସି ଟ୍ୱିଟ୍ କରି ସୂଚନା ଦେଇଛି ।

ଚିହ୍ନଟ ହୋଇଥିବା ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରେ ପାତ୍ରପଡାର ୩୮ ବର୍ଷୀୟ ବ୍ୟକ୍ତି, କଟକ ରୋଡ୍‌ର ୩୦ ବର୍ଷୀୟ ଯୁବକ, ଏକ ପ୍ରାଇଭେଟ୍ ହସ୍ପିଟାଲର ୩ ଜଣ ମହିଳା ସ୍ୱାସ୍ଥ୍ୟ କର୍ମୀ, ଆର୍‌ଟିଓ ଅଫିସ-୧ର ୪ ଜଣ କର୍ମଚାରୀ, ୟୁନିଟ୍‌-୮ର ଜଣେ ୫୭ ବର୍ଷୀୟ ମହିଳା, ନୟାପଲ୍ଲିର ୪୮ ବର୍ଷୀୟ ବ୍ୟକ୍ତି, ଘାଟିକିଆର ୮୩ ବର୍ଷୀୟ ବୃଦ୍ଧ, ନୟାପଲ୍ଲି ବେହେରା ସାହିର ୪୧ ବର୍ଷୀୟ ବ୍ୟକ୍ତି, ବମିଖାଲର ୪୩ ବର୍ଷୀୟ ବ୍ୟକ୍ତି, ଫୋଖରୀପୁଟ୍‌ର ୩୬ ବର୍ଷୀୟ ମହିଳା କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସହିପରି କୋଳଥିଆର ଜଣେ ୨୨ ବର୍ଷୀୟ ଯୁବତୀ, ଜୟଦେବ ବିହାର ଦାଶରଥି ଆପାର୍ଟମେଂଟ ନିକଟର ୫୩ ବର୍ଷୀୟ ବ୍ୟକ୍ତି, ସରକାରୀ ହସ୍ପିଟାଲର ୨ ଜଣ ମହିଳା ସ୍ୱାସ୍ଥ୍ୟକର୍ମୀ, କଳିଙ୍ଗନଗରର ଜଣେ ୩୦ ବର୍ଷୀୟ ଯୁବକ, ୟୁନିଟ-୬ ଗଙ୍ଗନଗରର ଜଣେ ୧୪ ବର୍ଷୀୟ ବାଳକ, ପାତ୍ରପଡାର ୫୪ ବର୍ଷୀୟ ବ୍ୟକ୍ତି ଓ ଖଣ୍ଡଗିରିର ଜଣେ ୨୭ ବର୍ଷୀୟ ଯୁବତୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଭୁବନେଶ୍ୱରରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ୫୨୫ରେ ପହଂଚିଛି । ସେହିପରି ୨୯୫ ଜଣ ସୁସ୍ଥ ହୋଇଥିବା ବେଳେ ୨୨୨ଟି ଆକ୍ଟିଭ କେସ୍ ରହିଛି । ଏଯାଏଁ ୭ ଜଣଙ୍କ ମୃତ୍ୟୁ ହୋଇଛି ।

Leave A Reply

Your email address will not be published.