Latest Odisha News

BREAKING NEWS

ଆଇପିଏସ୍ ବସନ୍ତ ରଥ ସସ୍‌ପେଣ୍ଡ

ଜମ୍ମୁକାଶ୍ମୀର: ଜମ୍ମୁକାଶ୍ମୀରରେ ଅବସ୍ଥାପିତ ଓଡ଼ିଆ ପୁଅ ଆପିଏସ୍ ବସନ୍ତ ରଥ ସସ୍‌ପେଣ୍ଡ ହୋଇଛନ୍ତି । ସେ ପଦବୀର ଅପବ୍ୟବହାର ଓ ଅଶୋଭନୀୟ ଆଚ୍‌ରଣ କରିଥିବା ଯୋଗୁଁ ୨୦୦୦ ମସିହା ବ୍ୟାଚ୍‌ର ଅଫିସର ବସନ୍ତ ରଥଙ୍କୁ ସସ୍‌ପେଣ୍ଡ କରାଯାଇଥିବା ସୂଚନା ମିଳିଛି ।ଡିଜିପିଙ୍କ ବିନା ଅନୁମତିରେ ମୁଖ୍ୟାଳୟ ଛାଡ଼ି କୁଆଡ଼େ ଯାଇପାରିବେ ନାହିଁ । ସେ ପଦବୀର ଅପବ୍ୟବହାର କରିଥିବା ନେଇ ବାରମ୍ବାର ଅଭିଯୋଗ ହେବା ପରେ ତାଙ୍କ ଉପରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ମଙ୍ଗଳବାର ସନ୍ଧ୍ୟାରେ ସ୍ୱରଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ଏକ ନିର୍ଦ୍ଦେଶନାମାରେ କୁହାଯାଇଛି ଯେ ୨୦୦୦ବ୍ୟାଚ୍‌ର ଆଇପିଏସ୍‌ ଅଧିକାରୀ ବସନ୍ତ ରଥଙ୍କୁ ଅବିଳମ୍ବେ ତାଙ୍କ କାର୍ଯ୍ୟରୁ ନିଲମ୍ବିତ କରାଯିବା ସହ ତାଙ୍କୁ ଶ୍ରୀନଗରର ପୁଲିସ ମୁଖ୍ୟାଳୟରେ ଅବସ୍ଥାପିତ କରାଯାଉଛି। ଏଥିସହ ଇନ୍‌ସପେକ୍ଟର ଜେନେରାଲ (ଆଇଜି), ସିଭିଲ୍‌ ଡିଫେନ୍‌ସ ଭାବରେ ନିଯୁକ୍ତ କରାଯାଇଥିବା ଆଇପିଏସ୍‌ ରଥଙ୍କୁ ଜମ୍ମୁ- କଶ୍ମୀର ପୁଲିସ ମହାନିର୍ଦ୍ଦେଶକଙ୍କ ବିନା ଅନୁମତିରେ ମୁଖ୍ୟାଳୟ ନ ଛାଡିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟ।

Leave A Reply

Your email address will not be published.