ଭୁବନେଶ୍ବର: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜର ଦ୍ୱିତୀୟ ମ୍ୟାଚ୍ ଆଜି ସଂଧ୍ୟା 7ଟାରେ ବାରବାଟିରେ ଖେଳାଯିବ । ଏଥିପାଇଁ ବାରବାଟିରେ ଉତ୍ସବର ମାହୋଲ ସୃଷ୍ଟି ହୋଇଛି । ସାରା ରାଜ୍ୟରୁ କ୍ରିକେଟ ପ୍ରଶଂସକମାନେ ଏକତ୍ରିତ ହୋଇଛନ୍ତି । ମ୍ୟାଚ ଦେଖିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଯିବେ । ସେଥିପାଇଁ ଏହି ମ୍ୟାଚ ଆହୁରି ଆକର୍ଷଣୀୟ ହେବ ନିଶ୍ଚୟ । ମ୍ୟାଚକୁ ନବୀନ ଘଣ୍ଟି ବଜାଇ ଆରମ୍ଭ କରିବେ ବୋଲି ଜଣାପଡିଛି ।
ଆଜିର ମ୍ୟାଚ୍ ପାଇଁ ଟିମ୍ ଇଣ୍ଡିଆ ଗତକାଲି ବାରବାଟୀ ଷ୍ଟାଡିୟମରେ ଏକ ଲାଇଭ୍ ମ୍ୟାଚ୍ ଭଳି ରୋମାଞ୍ଚ ଖେଳାଇଥିଲା ଦର୍ଶକଙ୍କ ମଧ୍ୟରେ । ଅଭ୍ୟାସ ଦେଖିବା ପାଇଁ ପ୍ରାୟ 10 ହଜାର ଦର୍ଶକ ଉପସ୍ଥିତ ଥିଲେ।
ଆଜିର ମ୍ୟାଚରେ ରୋହିତ, କୋହଲି, ବୁମରା, କେଏଲ ରାହୁଲଙ୍କୁ ଦର୍ଶକମାନେ ନିଶ୍ଚୟ ମିସ କରିବେ । ଆଜି କିଛି ନୂଆ ଖେଳାଳିଙ୍କୁ ସୁଯୋଗ ମିଳିପାରେ । ପ୍ରଥମ ମ୍ୟାଚ ହାରିଥିବାରୁ ଟିମ୍ ଇଣ୍ଡିଆ ନୂଆ ରଣନୀତି ନିଶ୍ଚୟ କରିବ । ତେବେ ମ୍ୟାଚ ପୂର୍ବରୁ ଜଣାପଡିବ କିଏ ଆଜିର ମ୍ୟାଚରେ ଖେଳୁଛନ୍ତି ଆଉ କିଏ ବେଂଚରେ ବସୁଛନ୍ତି । ଗତକାଲି ଟିମ୍ ଇଣ୍ଡିଆର ଦ୍ରୁତ ବୋଲର ଭୁବନେଶ୍ୱର କୁମାର ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ, ପ୍ରଥମ ମ୍ୟାଚରେ ଭଲ ବୋଲିଂ କରି ନଥିବାରୁ ମ୍ୟାଚ ହାରି ଯାଇଥିଲୁ । ତେଣୁ ବାରବାଟୀରେ ଭଲ ବୋଲିଂ କରିବୁ ଏବଂ ଜିତିବୁ ।
ଗତକାଲି ଟିମ୍ ଇଣ୍ଡିଆ ଖେଳାଳିମାନେ ମଧ୍ୟ ପଡ଼ିଆରେ ଝାଳ ବୁହାଇ ପ୍ରଶଂସକଙ୍କୁ ନିରାଶ କରି ନଥିଲେ। ଗତକାଲି ଖାଲି ଛକା ଚଉକା ବର୍ଷା ହୋଇଥିଲା ଅଭ୍ୟାସ ମ୍ୟାଚରେ । ଆଜିର ମ୍ୟାଚରେ ଋଷଭ ପନ୍ତ ନିଶ୍ଚୟ ବଡ଼ ସଟ୍ ଖେଳିବେ ଏବଂ ଭଲ ରନ କରିବାକୁ ଚେଷ୍ଟା କରିବେ । ଆଜି ଜିତିବା ପାଇଁ ମଧ୍ୟ ସେ କିଛି ନୂଆ ପ୍ଲାନ କରିବେ । ସେହିଭଳି ଇଶାନ କିଶନ ମଧ୍ୟ ବଡ ସ୍କୋର କରିପାରନ୍ତି । ଗତମ୍ୟାଚରେ ସେ ଖାଲି ଚଉକା ଛକା ମାରି ଦଳକୁ ବଡ଼ ସ୍କୋର କରିବାର ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଉପ-ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଆଜିର ମ୍ୟାଚରେ ବଡ ସ୍କୋର କରିବାକୁ ଚାହିଁବେ । ଶ୍ରେୟାସ ଆୟର ଏବଂ ରିତୁରାଜ ଗାଇକୱାଡ ଗତକାଲି ମଧ୍ୟ ଭଲ ଖେଳିଥିଲେ ଅଭ୍ୟାସ ମ୍ୟାଚରେ । ସମସ୍ତେ ଏମିତି ମାଡ ମାରିଥିଲେ ଯେ ପ୍ରଶଂସକମାନେ ତାଳି ମାରିମାରି ଥକି ଯାଇଥିଲେ । ତେବେ ଆଜିର ମ୍ୟାଚରେ ଦେଖିବାକୁ ମିଳିବ ହାର୍ଦିକ ପାଣ୍ଡ୍ୟାଙ୍କୁ ନୂଆ ଅବତାରରେ । ଗତ ମ୍ୟାଚରେ ହାର୍ଦ୍ଦିକ ପାଣ୍ଡ୍ୟା 12 ଟି ବଲରେ 31 ରନର ଚମତ୍କାର ଇନିଂସ ଖେଳିଥିଲେ। ସେ ତାଙ୍କର ଫର୍ମ ବଜାୟ ରଖିବାକୁ ଚାହାଁନ୍ତି । ତାଙ୍କଠାରୁ ଏକ ବଡ଼ ଇନିଂସ ଆଶା କରୁଛନ୍ତି ଦର୍ଶକ ।
ଶ୍ରେୟସ୍ ଆୟରଙ୍କ 26 ବଲରେ 37 ରନ୍ ସ୍କୋର କରିଥିଲେ ଗତମ୍ୟାଚରେ । ଆୟର ବଡ଼ ଇନିଂସ ଖେଳିବା ପାଇଁ ଜଣାଶୁଣା । ଦେଖାଯାଉ ଆଜି କିପରି ଖେଳୁଛନ୍ତି । ଶତକ ଟିଏ ତାଙ୍କଠାରୁ ପ୍ରଶଂସକମାନେ ଆଶା କରୁଛନ୍ତି । ଅଭ୍ୟାସ ମ୍ୟାଚରେ ଭାରତର ନୂଆ ଦ୍ରୁତ ବୋଲର ଉମରାନ ମଲିକଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା। ପ୍ରଥମ ମ୍ୟାଚରେ ଖେଳିବାକୁ ଉମରାନଙ୍କୁ ସୁଯୋଗ ମିଳିନଥିଲା ଏବେ ଦେଖିବାକୁ ବାକି ରହିଲା ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ ଏବଂ ଅଧିନାୟକ ପନ୍ତ ତାଙ୍କୁ ଖେଳାଉଛନ୍ତି କି ନାହିଁ ।
20 ଡିସେମ୍ବର 2017 ପରେ ଭାରତୀୟ ଦଳ ଆଜି ଏହି ଗ୍ରାଉଣ୍ଡରେ ଖେଳିବ ଗତଥର ଶ୍ରୀଲଙ୍କାକୁ 93 ରନ ରେ ପରାସ୍ତ କରିଥିଲା ଟିମ ଇଣ୍ଡିଆ । ଏହାପୂର୍ବରୁ ସେ 2015 ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଜିତିଥିଲା ଭାରତ। ସାତ ବର୍ଷ ପରେ ଉଭୟ ଦଳ ଏହି ଗ୍ରାଉଣ୍ଡରେ ପୁଣି ମୁହାଁମୁହିଁ ହେବେ ।
ବହୁ ପ୍ରତୀକ୍ଷିତ ବାରବାଟି ଷ୍ଟାଡିୟମରେ ଆଜି ୨ୟ ମ୍ୟାଚ୍ ସମସ୍ତ ପ୍ରସ୍ତୁତି ବି ଶେଷ ହୋଇଛି । ସନ୍ଧ୍ୟା ୭ଟାରୁ ମ୍ୟାଚ୍ ଆରମ୍ଭ ହେବାପାଇଁ ସକାଳୁ ଷ୍ଟାଡିୟମ ଖୋଲାଯାଇଛି । ତେବେ ଦୀର୍ଘ ଦିନର ବ୍ୟବଧାନ ପରେ ବାରବାଟୀରେ ଅନ୍ତର୍ଜାତୀୟ ମ୍ୟାଚ ଖେଳାଯାଉଥିବାରୁ ଦର୍ଶକମାନେ ଉତ୍ସାହିତ ଅଛନ୍ତି । ଶାନ୍ତି ଶୃଙ୍ଖଳା ପାଇଁ ୬୨ ପ୍ଲାଟୁନ ପୋଲିସ ମୂତୟନ କରାଯାଇଛି । ଷ୍ଟାଡିୟମ ଭିତରକୁ ଖାଦ୍ୟ-ପାନୀୟ ଉପରେ କଟକଣା ଲାଗିଥିବା ବେଳେ ମାସ୍କ ବାଧ୍ୟତାମୂଳକ ଭାବେ ପିନ୍ଧିବାକୁ କୁହାଯାଇଛି । ଓଡ଼ିଶାର ସମସ୍ତ କ୍ରିକେଟ ପ୍ରେମୀ ଆଜି ବହୁତ ଖୁସି ଅଛନ୍ତି ଏବଂ ମ୍ୟାଚ ଦେଖିବା ପାଇଁ ଅପେକ୍ଷା କରିଛନ୍ତି ।
Comments are closed.