ଭୁବନେଶ୍ୱର: ଖୋଲିବ ଟାଟାରେ ଚାକିରି ନାଁରେ ଠକେଇର ଗୁମର । ଆକାଶ ପାଠକଙ୍କ ପରେ ତାଙ୍କର ଭାବି ଶ୍ୱଶୁର ତଥା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ । ୨ ଦିନିଆ ରିମାଣ୍ଡରେ ଯିବେ ପ୍ରଦୀପ ପାଣିଗ୍ରାହୀ । ଏଥିପାଇଁ ଭୁବନେଶ୍ୱର ଏସଡିଜେଏମ୍ କୋର୍ଟ ଅନୁମତି ଦେଇଛନ୍ତି ।
ସତ ଉଗାଳିବେ ପ୍ରଦୀପ
ପ୍ରଦୀପ ପାଣିଗ୍ରାହୀଙ୍କୁ ରିମାଣ୍ଡରେ ନେବାକୁ ଅନୁମତି ପାଇଁ ଗତକାଲି କୋର୍ଟରେ ଆବେଦନ କରିଥିଲା କ୍ରାଇମବ୍ରାଞ୍ଚ । ଠକେଇ ମାମଲାର ଅଧିକ ଖୋଳତାଡ଼ କରିବ ତଦନ୍ତକାରୀ ଟିମ୍ । ଟାଟାରେ ନିଯୁକ୍ତି ନାଁରେ ଆକାଶ ପାଠକଙ୍କ ଜାଲିଆତିରେ ତାଙ୍କର ଭୂମିକା କଣ ରହିଛି ? କେତେ ଲୋକଙ୍କଠାରୁ ସେ ଟଙ୍କା ନେଇଛନ୍ତି ?


ଶ୍ୱଶୁର-ଜ୍ୱାଇଁଙ୍କୁ ହୋଇପାରେ ମୁହାଁମୁହିଁ ଜେରା
ଆକାଶ ପାଠକଙ୍କୁ ପାଞ୍ଚ ଦିନିଆ ରିମାଣ୍ଡରେ ନେଇ ବହୁ ଗୁରୁତ୍ୱପୂର୍ଣ ତଥ୍ୟ ହାତେଇଛି କ୍ରାଇମବ୍ରାଞ୍ଚ । ଆଜି ତାଙ୍କର ରିମାଣ୍ଡ ଅବଧି ସରୁଛି । ଆକାଶଙ୍କଠାରୁ ମିଳିଥିବା ତଥ୍ୟ ଆଧାରରେ ପ୍ରଦୀପଙ୍କୁ ଜେରା କରିବ କ୍ରାଇମବ୍ରାଞ୍ଚ । ଦରକାର ପଡ଼ିଲେ ଶ୍ୱଶୁର-ଜ୍ୱାଇଁଙ୍କୁ ମୁହାଁମୁହିଁ ଜେରା କରିପାରେ ।
ପ୍ରଦୀପଙ୍କ ଲିଙ୍କରେ ବ୍ରହ୍ମପୁରରେ ୭ଜଣଙ୍କୁ ଜେରା
ପୂର୍ବରୁ କ୍ରାଇମବ୍ରାଞ୍ଚ ଆକାଶଙ୍କ ଚାକିରି ନାଁରେ ଠକେଇ ଅଭିଯୋଗରେ ତାଙ୍କର ପିଏ ଡେଭିଡ୍ ପିଟରଙ୍କୁ ପଚରାଉଚରା କରିଥିଲେ । ସେହିପରି ଠକେଇ ଓ ପ୍ରଦୀପଙ୍କ ଲିଙ୍କ ନେଇ ବ୍ରହ୍ମପୁରରେ କ୍ରାଇମବ୍ରାଞ୍ଚ ଟିମ୍ ଖୋଳତାଡ କରିଛି । ୭ଜଣଙ୍କୁ ଜେରା ହୋଇଛି । ସେମାନେ ଦେଇଥିବା ତଥ୍ୟ ଆଧାରରେ ପ୍ରଦୀପଙ୍କୁ ଜେରା କରିବ କ୍ରାଇମବ୍ରାଞ୍ଚ ଟିମ୍ ।
BREAKING NEWS
- Cyber Fraud Busted: ପୋଲିସ ହାତରେ ଧରାପଡିଲେ ୧୨ ଆନ୍ତଃରାଜ୍ୟ ସାଇବର ଲୁଟେରା
- Hero Hockey India League:ହ୍ୟାଟ୍ରିକ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ କଳିଙ୍ଗ ଲାନସର୍ସ
- କୋହଲି, ଗିଲଙ୍କ ଆକର୍ଷଣୀୟ ପ୍ରଦର୍ଶନ: ପ୍ରଥମ ଦିିନିକିଆରେ ଭାରତ ବିଜୟୀ
- ଆସନ୍ତା ୧୫ରେ ବରଗଡ଼ ବନ୍ଦ
- ଝାରସୁଗୁଡ଼ାରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ
- ସଚିନଙ୍କୁ ପଛରେ ପକାଇ ବିଶ୍ୱରେକର୍ଡ କଲେ କିଙ୍ଗ କୋହଲି
- Fire In Ama Bus: ଗତ ୨୪ ଘଣ୍ଟା ମଧ୍ୟରେ ଦୁଇଟି ‘ଆମ ବସ’ରେ ଅଗ୍ନିକାଣ୍ଡ
- Rourkela Plane Crash: ରାଉରକେଲା ବିମାନ ଦୁର୍ଘଟଣା; ସ୍ଥାନୀୟ ଜନସାଧାରଣଙ୍କୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ
- ଟି୨୦ ବିଶ୍ୱକପ: ଚର୍ଚ୍ଚାରେ ଅକ୍ଷର ପଟେଲଙ୍କ ବୟାନ
- ଅସୁରକ୍ଷିତ ରାସ୍ତା ଯୋଗୁଁ ଦୁର୍ଘଟଣା; ରାସ୍ତା ନିର୍ମାଣକାରୀ ସଂସ୍ଥାକୁ ଚିଠି ଲେଖିଲା ଏସଟିଏ
Comments are closed.