Latest Odisha News

ସରକାରୀ ଶିକ୍ଷକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ପାରଳାଖେମୁଣ୍ଡି: ଭିଜିଲାନ୍ସ ଜାଲରେ ସରକାରୀ ଶିକ୍ଷକ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଜପତି ଜିଲ୍ଲାର ଜଣେ ସରକାରୀ ଶିକ୍ଷକଙ୍କ ଘରେ ଭିଜିଲାନ୍ସ ଟିମ୍ ଚଢ଼ାଉ କରିଛି । ସେ ହେଉଛନ୍ତି ଏ.ଏସ୍‌ ରାଉତପୁର ଜଙ୍ଗଲପାଡୁ ଗାଁର ଶିକ୍ଷକ ଦୁଷ୍ମନ୍ତ ନାୟକ । ଆଜି ସକାଳୁ ଏକକାଳୀନ ୧୨ଟି ସ୍ଥାନରେ ଭିଜିଲାନ୍ସର ୬ଟି ଟିମ୍ ରେଡ ଚଳାଇଛନ୍ତି ।
ଦୁଷ୍ମନ୍ତ ନାୟକଙ୍କ ପୈତୃକ ଗ୍ରାମ ଜଙ୍ଗଲପାଡୁ ସମେତ ପାରଳାଖେମୁଣ୍ଡି ସହରର ୮ଟି ସ୍ଥାନରେ ଚଢ଼ାଉ ହୋଇଛି । ସେ ଶିକ୍ଷକ ଥିବା ଏସ. ରାଉତପୁର ସ୍କୁଲ ଓ ରାୟଗଡ ଜିଲ୍ଲା ଗୁଣପୁର ଶ୍ୱଶୁର ଘରେ ବି ରେଡ୍ ଚଳାଇଛନ୍ତି ଭିଜିଲାନ୍ସ ଟିମ୍ ।

Leave A Reply

Your email address will not be published.