Latest Odisha News

BREAKING NEWS

ମେ’ ୧୨ ସୁଦ୍ଧା ଭୁବନେଶ୍ୱରବାସୀଙ୍କୁ ମିଳିପାରିବ ସମ୍ପୂର୍ଣ୍ଣ ବିଦ୍ୟୁତ୍ ସେବା

ଭୁବନେଶ୍ୱର : ବାତ୍ୟା ‘ଫନି’ ଓଡିଶାରେ ତାଣ୍ଡବ ରଚିବା ପରେ ଏହାର ପୁନରୁଦ୍ଧାର ପାଇଁ ସରକାରଙ୍କ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ୟମ ଜାରି ରହିଥିବା ବେଳେ ମେ’ ୧୨ ତାରିଖ ସୁଦ୍ଧା ରାଜଧାନୀ ଭୁବନେଶ୍ୱରର ସମସ୍ତ ସ୍ଥାନରେ ବିଦ୍ୟୁତ୍ ସଂଯୋଗ କରାଯିବ। ଏହାପରେ ପୁରୀରେ ବିଦ୍ୟୁତ୍ ସେବା ପ୍ରଦାନ ଲାଗି କାର୍ଯ୍ୟ ଆରମ୍ଭ ହେବ ।

ଭୁବନେଶ୍ୱରର ପଲାସପଲ୍ଲି, ବିମାନବନ୍ଦର, ନ୍ୟୁ ଫରେଷ୍ଟ ପାର୍କ, ଫରେଷ୍ଟ ପାର୍କ, ଭିଆଇପି ଏନକ୍ଲେଭ୍, ୟୁନିଟ୍ ୬, ଏୟାରପୋର୍ଟ କ୍ୱାଟର୍ ଅଞ୍ଚଳ, ପଟିଆ, ଚନ୍ଦ୍ରଶେଖରପୁର ଓ ଶୈଳଶ୍ରୀ ବିହାର ଆଦି ଅଞ୍ଚଳର କିଛି ସ୍ଥାନରେ ବିଦ୍ୟୁତ୍ ସେବା ପ୍ରଦାନ କରାଯାଇଛି ।

ଆହୁରି ମଧ୍ୟ ଗୁରୁବାର ରାତି ସୁଦ୍ଧା ଭୁବନେଶ୍ୱରର ୬୦ ପ୍ରତିଶତ ଲୋକଙ୍କୁ ବିଦ୍ୟୁତ୍ ସେବା ମିଳିବାର ସମ୍ଭାବନା ରହିଥିବା ନେଇ ଜଣେ ବରିଷ୍ଠ ସରକାରୀ ଅଧିକାରୀଙ୍କ ସୁତ୍ରରୁ ପ୍ରକାଶ । ବିଜୁଳି ବିଭାଗ ପକ୍ଷରୁ ଏଲଇଡି ଲାଇଟର ବ୍ୟବହାର ଦ୍ୱାରା ଏହି ମରାମତି କାର୍ଯ୍ୟ ଖୁବ୍ ଜୋରଦାର ଜାରି ରହିଛି ।

Leave A Reply

Your email address will not be published.