Latest Odisha News

BREAKING NEWS

ବାତ୍ୟା ‘ଫନି’ ପ୍ରଭାବରେ ମୃତ୍ୟୁ ସଂଖ୍ୟା ୪୧କୁ ବୃଦ୍ଧି

ଭୁବନେଶ୍ୱର : ବାତ୍ୟା ‘ଫନି’ ପ୍ରଭାବରେ ଓଡିଶାରେ ମୃତକଙ୍କ ସଂଖ୍ୟା ବୁଧବାର ଦିନ ସରକାରୀ ଭାବେ ୪୧କୁ ବୃଦ୍ଧି ପାଇଛି ।

ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ସଚିବ ସଂଜୟ ସିଂହ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି।

ମେ’ ୩ ତାରିଖ ସକାଳୁ ଆରମ୍ଭ ହୋଇଥିବା ସାମୁଦ୍ରିକ ଝଡ ଫନି ପ୍ରଭାବରେ ପୁରୀ ଜିଲ୍ଲାରେ ସର୍ବାଧିକ ୨୧ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ମୟୁରଭଞ୍ଜ ଓ ଯାଜପୁରରେ ୪ ଜଣଙ୍କର ମୃତ୍ୟୁ ହୋଇଛି । ଆହୁରି ମଧ୍ୟ କଟକରେ ୫ ଓ କେନ୍ଦ୍ରାପଡାରେ ୩ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ଷ୍ଟେଟ୍ ଇମରଜେନ୍ସି ଅପରେସନ୍ ସେଣ୍ଟର ସୁତ୍ରରୁ ପ୍ରକାଶ ।

ଅନ୍ୟପକ୍ଷରେ ବେସରକାରୀ ଭାବେ ପୁରୀ ଓ ଖୋର୍ଦ୍ଧାରେ ଏହି ମୃତ୍ୟୁ ସଂଖ୍ୟା ପାଖାପାଖି ୫୦ରୁ ଅଧିକ ହେବ ବୋଲି ସୂଚନା ମିଳିଛି ।

ତେବେ ଓଡିଶା ସରକାର ବାତ୍ୟା ଫନି ଯୋଗୁଁ ୩୫ ଜଣ ବ୍ୟକ୍ତିଙ୍କ ପ୍ରାଣହାନୀ ଘଟିଥିବା ନେଇ ସୋମବାର ଦିନ ସ୍ପଷ୍ଟ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ରାଜ୍ୟର ୧୬,୦୦୦ ଗ୍ରାମରେ ଥିବା ୧.୪ କୋଟି ଲୋକ ଏହି ବାତ୍ୟାରେ ପ୍ରଭାବିତ ହୋଇଛନ୍ତି । ସେଥିମଧ୍ୟରୁ ୫୧ଟି ସହରାଞ୍ଚଳ ଏବଂ ମୋଟ ୧୪ଟି ଜିଲ୍ଲା କ୍ଷତିଗ୍ରସ୍ତ ହୋଇଛି । ବାତ୍ୟା ପ୍ରପୀଡ଼ିତ ଜିଲ୍ଲା ଗୁଡ଼ିକ ହେଲା – ଅନୁଗୁଳ, ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, ଗଞ୍ଜାମ, ନୟାଗଡ଼, ଢେଙ୍କାନାଳ ଏବଂ କେନ୍ଦୁଝର ଜିଲ୍ଲା ।

Leave A Reply

Your email address will not be published.