Latest Odisha News

୨୯ ସେପ୍ଟେମ୍ବରରୁ “ପ୍ରୋପ୍ୟାକ୍‌ ଓଡ଼ିଶା ଓ ଓଡ଼ିଶା ପ୍ଲାଷ୍ଟ-୨୦୨୩” ପ୍ରଦର୍ଶନୀ

ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ବର ୨୯ ତାରିଖଠାରୁ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରସ୍ଥିତ ଜନତା ମଇଦାନ ଠାରେ “ପ୍ରୋପ୍ୟାକ୍ ଓଡ଼ିଶା-୨୦୨୩ ଓ ଓଡ଼ିଶା ପ୍ଲାଷ୍ଟ-୨୦୨୩” ପ୍ରଦର୍ଶନୀ ଅନୁଷ୍ଠିତ ହେବାକୁ ଯାଉଛି । ଓଡ଼ିଶା କ୍ଷୁଦ୍ର ଓ ମଧ୍ୟମ ଶିଳ୍ପୋଦ୍ୟୋଗୀ ସଂଘ (ଓସ୍‌ମେ) ଓ ଫ୍ୟୁଚରେକ୍ସର ମିଳିତ ଉଦ୍ୟମରେ ଉକ୍ତ ପ୍ରଦର୍ଶନୀ ଅନୁଷ୍ଠିତ ହେବ ।

BjdElectrycity

କେନ୍ଦ୍ର ଏମ୍‌.ଏସ୍‌.ଏମ୍‌.ଇ.ମନ୍ତ୍ରଣାଳୟ ଓ ଓଡ଼ିଶା ସରକାରଙ୍କ ଏମ୍‌.ଏସ୍‌.ଏମ୍‌.ଇ. ବିଭାଗ ଉକ୍ତ କାର୍ଯ୍ୟକ୍ରମରେ ସହଯୋଗରେ ଏହି ପ୍ରଦର୍ଶନୀ କରାଯାଉଛି । ଉକ୍ତ ପ୍ରଦର୍ଶନୀ ପୂର୍ବ ଭାରତର ସର୍ବବୃହତ୍ ଓ ଓଡ଼ିଶାର ସର୍ବ ପ୍ରଥମ ପ୍ୟାକେଜିଂ, ପ୍ରିନ୍ଟିଙ୍ଗ୍‌, ଖାଦ୍ୟ ପ୍ରକ୍ରିୟାକରଣ, କନ୍‌ଭରଟିଙ୍ଗ ଓ ପ୍ଲାଷ୍ଟିକ୍‌ ଟେକ୍ନୋଲୋଜି ପ୍ରଦର୍ଶନୀ ହେବ ବୋଲି ଓସ୍‌ମେ ପକ୍ଷରୁ ଭୁବନେଶ୍ୱରସ୍ଥିତ ହୋଟେଲ୍‌ ଶିତଲ୍‌ରେ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ।

ଉକ୍ତ ପ୍ରଦର୍ଶନୀର ଉଦ୍‌ଘାଟନୀ ଉତ୍ସବରେ କେନ୍ଦ୍ର ଏମ୍‌.ଏସ୍‌.ଏମ୍‌.ଇ. ମନ୍ତ୍ରଣାଳୟ ଓ ରାଜ୍ୟଏମ୍‌.ଏସ୍‌.ଏମ୍‌.ଇ. ବିଭାଗର ମନ୍ତ୍ରୀ ତଥା ଉଚ୍ଚପଦସ୍ଥ ଅଧିକାରୀମାନେ ଉପସ୍ଥିତ ରହିବେ । ଉକ୍ତ ପ୍ରଦର୍ଶନୀରେ ଦେଶ ଓ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଏମ୍‌.ଏସ୍‌.ଏମ୍‌.ଇ. ଉଦ୍ୟୋଗୀମାନେ ଯୋଗ ଦେବେ । ଯେହେତୁ ଉକ୍ତ ପ୍ରଦର୍ଶନୀରେ ବିଭିନ୍ନ ପ୍ରକାରର ସାମଗ୍ରୀ ଷ୍ଟଲ୍‌ ରହୁଛି ବିଶେଷକରି ଫୁଡ଼୍‌, ଡ୍ରିଙ୍କ, ଫାର୍ମା, କସ୍‌ମେଟିକ୍ସ, ପ୍ୟାକେଜିଂ, ପ୍ରିନ୍ଟିଙ୍ଗ୍‌, ପ୍ଲାଷ୍ଟିକ୍‌ ସାମଗ୍ରୀ, ବ୍ୟକ୍ତିଗତ ଓ ପାରିବାରିକ ସାମଗ୍ରୀର ପ୍ରୋସେସିଂ ତଥା ପାରିବାରିକ ଏବଂ ଅଂଶୀଦାରମାନଙ୍କର ସମାଗମ ହେବ ।

ଉକ୍ତ ପ୍ରଦର୍ଶନୀରେ ପ୍ରାୟ ୨୫୦ ରୁ ଅଧିକ ଷ୍ଟଲ୍‌ ରହିବ । ଯେହେତୁ ଉକ୍ତ ପ୍ରଦର୍ଶନୀରେ ଶିଳ୍ପଭିଭିକ ତଥା ଗୃହୋପକରଣ ସାମଗ୍ରୀ ପ୍ରଦର୍ଶିତ ହେବ, ଦୈନିକ ୨୫୦୦ରୁ ଉର୍ଦ୍ଧ୍ୱ ଦର୍ଶକ ସମାଗମ ହେବାର ଅନୁମାନ କରାଯାଉଛି । ପ୍ରଦର୍ଶନୀ ବ୍ୟତୀତ ପ୍ରତ୍ୟେକ ଦିନ ଏମ୍‌.ଏସ୍‌.ଏମ୍‌.ଇ. ସମ୍ପର୍କିତ ଆଲୋଚନାଚକ୍ର ଓ କର୍ମଶାଳା ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ଏହି ବିଜିନେସ୍‌ ଟୁ ବିଜିନେସ୍ ପ୍ରଦର୍ଶନୀ ଶିଳ୍ପାନୁଷ୍ଠାନଗୁଡ଼ିକ ଲାଗି ବାଣିଜ୍ୟିକ ପ୍ଲାଟଫର୍ମ ସୃଷ୍ଟି କରିବା ଦିଗରେ ମୁଖ୍ୟ ଭୂମିକା ଗ୍ରହଣ କରିବ ବୋଲି ଓସ୍‌ମେ ତରଫରୁ ସୂଚନା ଦିଆଯାଇଛି ।

ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଓସ୍‌ମେ ଅଧ୍ୟକ୍ଷ ଗୌରୀଶଙ୍କର ଦାଶ, ମହାସଚିବ ସାତ୍ତ୍ୱିକ ସ୍ୱାଇଁ, ଅତିରିକ୍ତ ମହାସଚିବ ଅଭିଳାଷ ଦାଶ, ଅର୍ଥ ସଚିବ ଆଦିକନ୍ଦ ରାଉତ, ଓସ୍‌ମେ ଖୋର୍ଦ୍ଧା ଜିଲ୍ଲା ସଭାପତି ସାଲିନ୍ ଅଗ୍ରୱାଲ୍ ତଥା ସଂଘର ଅନ୍ୟାନ୍ୟ କର୍ମକର୍ତା ଓ ସଭ୍ୟ ଏବଂ ଫ୍ୟୁଚର ଏକ୍ସର ସ୍ୱାମୀ ପ୍ରେମ୍‌, ପରିଚାଳନା ନିର୍ଦ୍ଦେଶକ, ନମିତ୍‌ ଗୁପ୍ତା, ନିର୍ଦ୍ଦେଶକ ଓ ମୁବାସିର ଇଲାହି, ପ୍ରକଳ୍ପ ମୁଖ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.