Latest Odisha News

ଅମାନିଆ ଗାଡି ଚାଳକ ସାବଧାନ ! ରଙ୍ଗ୍ ରୁଟରେ ଗାଡ଼ି ଚଳାଇଲେ କୋର୍ଟକୁ ଟଣା ହେବେ

ରଙ୍ଗରୁଟରେ ଗାଡ଼ି ଚଳାଉଥିଲେ ସାବଧାନ । ମୋଟା ଅଙ୍କର ଜରିମାନା ସହ ସିଲ ହୋଇପାରେ ଆପଣଙ୍କ ଗାଡ଼ି । ଏପରି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ଭୁବନେଶ୍ୱର ଟ୍ରାଫିକ୍ ପୋଲିସ । ୩ ଦିନରେ ୨୮୮ ଜଣ ବ୍ୟକ୍ତିଙ୍କ ଠାରୁ ୧ ଲକ୍ଷ ୪୪ ହଜାରରୁ ଅଧିକ ଟଙ୍କା ଫାଇନ ବି ଆଦାୟ ହୋଇସାରିଛି । ସ୍ପେଶାଲ ଡ୍ରାଇଭ ସହ ଲୋକଙ୍କୁ ସଚେତନ କରୁଛି କମିଶନରେଟ ପୋଲିସ । ୭ ଦିନ ପର୍ଯ୍ୟନ୍ତ ଏହି ସ୍ୱତନ୍ତ୍ର ଡ୍ରାଇଭ ଚାଲିବ ।

ଯଦି ଲୋକମାନେ ସଚେତନ ନହୁଅନ୍ତି ତେବେ ଗାଡ଼ି ସିଲ କରାଯିବ । ଏପରିକି ଆବଶ୍ୟକ ପଡ଼ିଲେ ଆପଣଙ୍କ ଗାଡ଼ି କୋର୍ଟକୁ ଟଣାହେବ । ରାଜଧାନୀର ୨୧ ସ୍ଥାନରେ ଅମାନିଆକୁ ଜଗିଛି କମିଶନରେଟ ପୋଲିସ ।

ବର୍ତ୍ତମାନ କିଛି ଦିନ ପାଇଁ ନିୟମ ଉଲ୍ଲଂଘନକାରୀଙ୍କୁ ସଚେତନ କରାଯିବ। ସର୍ବାଧିକ ୫୦୦ ଟଙ୍କା ଲେଖାଏଁ ଜରିମାନା ଆଦାୟ କରାଯାଇ ଛାଡ଼ି ଦିଆଯିବ । ପରେ ମାଲିକଙ୍କ ନାଁରେ ସିଧାସଳଖ ମାମଲା ରୁଜୁ କରାଯାଇ ଗାଡ଼ି ଜବତ କରାଯିବା ସହ କୋର୍ଟକୁ କାଗଜପତ୍ର ପଠାଇ ଦିଆଯିବ । ମାଲିକ କୋର୍ଟରେ ହାଜର ହୋଇ ନିଜ ବାଇକ୍‌କୁ ମୁକୁଳାଇବା ସହ ସେଠାରେ ଜରିମାନା ପ୍ରଦାନ କରିବେ । ଚାଳକ ଜେଲ୍‌ ମଧ୍ୟ ଯାଇ ପାରନ୍ତି ।

Comments are closed.